Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଉତ୍କଳ ବିଶ୍ଵବିଦ୍ୟାଳୟରେ କରୋନା ସଚେତନତା ଅଭିଯାନ

0

ଭୁବନେଶ୍ବର,ନିରପେକ୍ଷ ଖବର:ତା ୨୨/୦୪ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ଵବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍‌ ୟୁନିଟ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ପକ୍ଷରୁ ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳ ସଚିବ ଡ. ଅଭୟ କୁମାର ନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍‌ ଏନ୍ଏସଏସ ୟୁନିଟ୍‌ର ବାଣୀବିହାର କ୍ୟାମ୍ପସରେ କରୋନା ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି। ପ୍ରୋଗ୍ରାମ ଅଫିସର୍ ଡ. କୀର୍ତ୍ତି ରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଆଗଧାଡ଼ିରେ କାର୍ଯ୍ୟରତ ସଫେଇ କର୍ମଚାରୀ ସମୂହ ଓ ହଷ୍ଟେଲ କର୍ମଚାରୀଙ୍କ ସମେତ ବାଣୀବିହାର ପରିସରରେ ଥିବା ଗୋବିନ୍ଦ ସାହୁ ମାର୍କେଟ କମ୍ପ୍ଲେକ୍ସର ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ଏହି ଅବରସରରେ କରନାର ଦ୍ଵିତୀୟ ସଂକ୍ରମଣର ଭୟାବହତା ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ୍ ପିନ୍ଧିବା, ସ୍ୱଚ୍ଛତା ରକ୍ଷା କରିବା ଏବଂ ସାମାଜିକ ଦୁରତ୍ଵ ପାଳନ କରିବା ପାଇଁ ବାଣୀବିହାର କ୍ୟାମ୍ପସ୍‌ରେ ସଚେତନତା ସୃଷ୍ଟି କରାଯାଇଥିଲା। ବର୍ତ୍ତମାନର କଠିନ ପରିସ୍ଥିତିରୁ ବର୍ତିବା ପାଇଁ ମାସ୍କ ର ବ୍ୟବହାର ଅପରିହାର୍ଯ୍ୟ ବୋଲି ବାଣୀବିହାର ଅନ୍ତେବାସୀଙ୍କୁ ବୁଝାଯାଇଥିଲା ଏବଂ କୋଭିଡ୍‌-୧୯ର ନିୟମାବଳୀ ଅନୁପାଳନ ପାଇଁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିଜି କାଉନ୍‌ସିଲ୍‌ ଚେୟାର୍‌ମ୍ୟାନ୍‌ ପ୍ରଫେସର୍ ବସନ୍ତ କୁମାର ମଲ୍ଲିକ ଯୋଗଦେଇ କରୋନା ଭୂତାଣୁର ଭୟାବହତା ଓ କୋଭିଡ୍‌ ନିୟମ ପାଳନ ସମ୍ପର୍କରେ କହିଥିଲେ। ଏହି ଅବସରରେ ବାଣୀବିହାର କ୍ୟାମ୍ପସ୍‌ରେ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ନବ ନିର୍ମିତ ପ୍ରଶାସନିକ ଭବନରେ ମାସ୍କ ବିତରଣ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ କିଭଳି ପ୍ରତିହିତ କରାଯାଇପାରିବ ସେ ସମ୍ପର୍କରେ ସୁରକ୍ଷାକର୍ମୀଙ୍କ କ’ଣ ଦାୟିତ୍ଵ ରହିବ ତାହା ଆଲୋକପାତ କରିଥିଲେ। ଏହି ଅଭିଯାନ ରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସଏସ ପ୍ରୋଗ୍ରାମ କୋର୍ଡିନେଟର ଡ.ବ୍ରଜ ନାରାୟଣ ପାତ୍ର , ଭୂତତ୍ଵ ବିଭାଗର ଜିତୁ ନନ୍ଦନ ପ୍ରଧାନ ଏବଂ ପ୍ରଭାତ କୁମାର ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.