ବାରିପଦା,ବିଶ୍ୱଜିତ୍ ଭୂୟାଁ (ନିରପେକ୍ଷ ଖବର) ତା-୦୫/୦୧-ମୟୁରଭଞ୍ଜ ଛାତ୍ର ଜନତା ଦଳରେ କିଏ ଧରିବ ମଙ୍ଗ, ସେନେଇ ନିରପେକ୍ଷ ଖବର ପୂର୍ବାନୁମାନ କରିଥିଲା। ଯାହା ସତ ହୋଇଛି। ସୁନୀଲ କୁମାର ନାୟକଙ୍କୁ ଦଳ ପକ୍ଷରୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଥିଲା। ହେଲେ ଶ୍ରୀ ନାୟକଙ୍କ ନେତୃତ୍ୱରେ ଗଠନ ହୋଇଥିବା ଛାତ୍ର କମିଟି ଘୋଷଣା କରାଯିବା ପରେ ଦଳ ଏବେ ଦୁଇ ଫାଳରେ ପରିଣତ ହେବାକୁ ଯାଉଛି। ମଙ୍ଗଳବାର ମୟୁରଭଞ୍ଜ ବିଜୁ ଛାତ୍ର ଜନତା ଦଳର କମିଟି ପ୍ରକାଶ ପାଇଛି। ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୟୁରଭଞ୍ଜ ସାଙ୍ଗଠନିକ ୧ ଜିଲ୍ଲାର ୧୦ ଜଣ ଜିଲ୍ଲା ଉପସଭାପତି,୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ,୨୦ ଜଣ ସମ୍ପାଦକ, ୨ ଜଣ ସୋସିଆଲ ମିଡିଆ କୋଡିନେଟ୍ ଏବଂ ବ୍ଲକ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯିବ ପରେ ଦଳରେ ଫାଟ ବଢ଼ିବାରେ ଲାଗିଛି।
ଜିଲ୍ଲା ଛାତ୍ର ରାଜନୀତିରେ ଦୀର୍ଘ ଦିନ ଧରି ଦଳ ପାଇଁ ଅହରହ ପରିଶ୍ରମ କରିଥିବା ଯୁବକମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମୟୁରଭଞ୍ଜ ଜିଲ୍ଲାର ନୂତନ ଭାବେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳରେ ସମ୍ପାଦକ ପଦ ପାଇଥିବା ଅର୍ଚ୍ଚନା ଉପାଧ୍ୟାୟ ଓ ଜଣେ ଆଗ ଧାଡ଼ିର ଯୁବନେତା ସୁଶୀଲ କୁମାର ସେଠୀ ଦଳରୁ ଇସ୍ତଫା ଦେଇଛନ୍ତି।
ଏନେଇ ସେମାନେ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସମୟରେ ଅନେକ ଯୁବନେତା ଦଳ ଛାଡିବା ନେଇ ମଧ୍ୟ ସୂଚନା ମିଳିଛି। ନୂତନ କମିଟିରେ ଜିଲ୍ଲାର ନେତୃତ୍ୱ ନେଉଥିବା ନେତାଙ୍କ ବହୁ ଆନୁଗତ୍ୟଙ୍କୁ ଛାତ୍ର କମିଟିରେ ଥଇଥାନ କରାଯାଇଛି। କିନ୍ତୁ ବହୁ ଦିନ ହେବ ଛାତ୍ର ରାଜନୀତିରେ ସଂଶ୍ଲିଷ୍ଟ ଥିବା ଛାତ୍ର ନେତାଙ୍କୁ ମୟୁରଭଞ୍ଜ ଜିଲ୍ଲା ଛାତ୍ର ସଭାପତି ସ୍ଥାନ ନଦେଇ ମନଇଛା ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ସାରା ସବୁଠି ଏହି ଛାତ୍ର କମିଟିକୁ ନେଇ ଅସନ୍ତୋଷ ଥିବା ବେଳେ ସମସ୍ତେ ମୁଁହ ବନ୍ଦ ରଖି ନିର୍ବାଚନ ସମୟକୁ ଅପେକ୍ଷା କରିଥିବା ଜଣାପଡ଼ିଛି। ତେବେ ଆଗକୁ ପୋୖର ଓ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଛାତ୍ର କମିଟିରେ ଅସନ୍ତୋଷ ଦଳ ପାଇଁ ବିପଦର କାରଣ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ହେଭିୱେଟ ନେତା ପ୍ରଣବ ପ୍ରକାଶ ଦାସ ଜିଲ୍ଲାର ରାଜନୈତିକ ସ୍ଥିତି ସୁଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଜିଲ୍ଲାର କିଛି ଛାମୁଆ ନେତା ନିଜ ନିଜର ପତିଆରା ଦେଖାଉଛନ୍ତି। ତେଣୁକରି ଆଜି ନୂତନ ପଦ ପଦବୀ ମିଳିଥିବା ବେଳେ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ଏହାର ପରିଣାମ ଦଳ ପାଇଁ ବିପଦ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟର ପ୍ରଗତିରେ ମା’ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋଚନା
Next Post