Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ମୟୂରଭଞ୍ଜ ମହୋତ୍ସବର କାର୍ଣ୍ଣିଭାଲ ରୋଡସୋ

0

ବାରିପଦା,ନିରପେକ୍ଷ ଖବର: ବାରିପଦା ରେ ମୟୂରଭଞ୍ଜ ମହୋତ୍ସବ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ବିଭିନ୍ନ ପ୍ରକାର ମୟୂରଭଞ୍ଜିଆ ଲୋକନୃତ୍ୟ ବାଦ୍ୟର ତାଳେତାଳେ ଏକ କାର୍ଣ୍ଣିଭାଲ ରୋଡସୋ ଅନୁଷ୍ଠିତ ହୋଇଯାଇଛି । ଏହି ରୋଡସୋକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.ଏସ. ପୁରୁଷୋତ୍ତମ ଦାସ, ବରିଷ୍ଠ ସିନେ ତାରକା ଉତ୍ତମ ମହାନ୍ତି, ସିନେ ତାରକା ସ୍ୱରାଜ ବାରିକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବା ବେଳେ ମଞ୍ଚରେ ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମକର୍ତ୍ତା ତଥା ସିନେ କଳାକାର ଅସୀତ ପତି, ସଞ୍ଜୀବ ଦିୱେଦୀ, ସମ୍ପାଦକ କଳିଙ୍ଗ କେଶରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ମୟୂରଭଞ୍ଜର ପାରମ୍ପାରିକ କଳସୀ ନୃତ୍ୟ, ଝୁମର ନୃତ୍ୟ, ଚାଙ୍ଗୁ ନୃତ୍ୟ ତଥା ବିଭିନ୍ନ ପ୍ରକାର ଆଦିବାସୀ ଲୋକନୃତ୍ୟ ସହିତ ସମ୍ବଲପୁରି ନୃତ୍ୟ ଓ ବାଦ୍ୟର ତାଳେତାଳେ ଉପସ୍ଥିତ ମୟୂରଭଞ୍ଜ କଳା ସଂସ୍କୃତି ପ୍ରେମୀ ଜନତା ମତୁଆଲା ହୋଇ ନୃତ୍ୟ କରୁଥିବାର ଦେଖାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସାମିଲ କରାଯାଇଥିବା ବେଳେ ସାଂସ୍କୃତିକ ଶୋଭାଯାତ୍ରା ନୃତ୍ୟ ପ୍ରଦର୍ଶନ କରି ସହର ପରିକ୍ରମା କରିବା ସହିତ ମହୋତ୍ସବ ସ୍ଥଳ ଛଉପଡିଆ ଠାରେ ପହଞ୍ଚିଥିଲେ । ଆସନ୍ତା କାଲିଠାରୁ ମହୋତ୍ସବ ମଞ୍ଚରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାମିଦାମୀ କଳାକାରଙ୍କ ଷ୍ଟେଜ ସୋ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତିଦିନ ସଂଧ୍ୟାରେ ଅତିଥି ମାନଙ୍କର ସମାଗମ ମଧ୍ୟ ହେବା । ଏହି ଅବସରରେ ଲାଗିଥିବା ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଉପଲବ୍ଧ ହେବା ସହିତ ବାରିପଦାର ପ୍ରସିଦ୍ଧ ଖାଦ୍ୟ ମାଂସ ମୁଢିର ମଜା ନେଇପାରିବେ ଦର୍ଶକ ତଥା ଆଗନ୍ତୁକ ମାନେ ।

Mo sapath

Leave A Reply

Your email address will not be published.