Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

୫ଟି ସଚିବ ଭି.କେ ପାଣ୍ଡିଆନ ମୟୁରଭଞ୍ଜ ଗସ୍ତ ସାରି ଚାଲିଗଲେ…

ବଦଳିବକି ପି.ଆର.ଏମ ମେଡିକାଲ ର ଚିତ୍ର..

0

*ଆଶା ଆଶଙ୍କାରେ ମୟୁରଭଞ୍ଜ ବାସୀ…

ବାରିପଦା(ନିରପେକ୍ଷ ଖବର)ତା-୧୩/ଅକ୍ଟୋବର/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି- ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ନିଜ ଗସ୍ତ ସାରି ଚାଲିଯାଇଛନ୍ତି । ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନଜରରେ ରଖି ଚଳଚଞ୍ଚଳ ଥିଲେ ପି ଆର ଏମ ମେଡିକାଲ ର କର୍ମକର୍ତ୍ତା ମାନେ।ଜିଲ୍ଲା ସଦର ମହକୁମା ବାରିପଦା ରେ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ବୁଲି ଦେଖିଲେ ପାଣ୍ଡିଆନ୍ । ଡାକ୍ତରଖାନାର ମାତୃ ଓ ଶିଶୁ ବିକାଶ କେନ୍ଦ୍ର ବୁଲିବା ସହ ବିଭିନ୍ନ ୱାର୍ଡର ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ଏହାସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ । ତେବେ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ନିର୍ଦ୍ଦେଶକ ସାଲିନି ପଣ୍ଡିତ ମଧ୍ୟ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।ଅନ୍ୟପଟେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥାରେ ପଡିଥିବା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ସତେ ଯେମିତି ଆଜି ସ୍ୱଚ୍ଛତା ର ପରିଚୟ ଦେଉଥିଲା । ୫- ଟି ସଚିବଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରାତି ଦିନ ଏକ କରି ହସ୍ପିଟାଲର ରୂପ ରେଖ ବଦଳାଇଛନ୍ତି। ତେବେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରୁଛନ୍ତି ପାଣ୍ଡିଆନ ।ଗାନ୍ଧୀ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ‘ମୋ ସରକାର’ ଯୋଜନାକୁ ସୃଦୁଢ଼ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି ।  ରାଜ୍ୟର ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ସିଧାସଳଖ ଆଲୋଚନା କରୁଛନ୍ତି  । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ । ୫ଟି ସଚିବ ପାଣ୍ଡିଆନ ଙ୍କ ସହ ମୟୁରଭଞ୍ଜ ଜିଲ୍ଲାପାଳ ଏବଂ ମୟୁରଭଞ୍ଜ ଏସ ପି ମଧ୍ୟ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.