Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ବାଙ୍ଗିରୀପୋଷୀ ଘଟଣା ପ୍ରମାଣ କରୁଛି ରାଜ୍ୟରେ କିପରି ଚାଲିଛି ସ୍ୱାସ୍ଥ୍ୟସେବା ଓ ମହିଳା ସୁରକ୍ଷା ଯୋଜନା:ବିଜେପି

0

* କୋମାରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ମମତା ଯୋଜନା…
* ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ ମୃତ୍ୟୁ ‘ମୋ ସରକାର’ ଯୋଜନା ବିଫଳତାର ଦୃଷ୍ଟାନ୍ତ…
* ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଡାକ୍ତର ଅଭାବ ହେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ…
* ମୃତକ ତୁଳସୀ ମୁଣ୍ଡା ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରନ୍ତୁ ରାଜ୍ୟସରକାର…
* କେବଳ ବିଜ୍ଞାପନରେ ଚାଲିଛି ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଯୋଜନା…
* ମୃତକ ତୁଳସୀ ମୁଣ୍ଡା ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଲା ବିଜେପି ପ୍ରତିନିଧୀ ଦଳ…

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୬/୧୦: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗର ଖାମ ଖିଆଲି ନୀତି ଯୋଗୁଁ ରୋଗୀ ସେବା ଅନେକ ସ୍ଥାନରେ ବାଧାପ୍ରାପ୍ତ ହେଉଛି । ମେଡିକାଲରେ ଡାକ୍ତର ଅଭାବ, ଆବଶ୍ୟକୀୟ ଉପକରଣର ଅଭାବ, ଉନ୍ନତ ମାନର ଔଷଧର ଅଭାବ, ନିମ୍ନ ମାନର ଚିକିତ୍ସା ଏବଂ ଆମ୍ବୁଲାନ୍ସ ସେବାରେ ବିଭ୍ରାଟ ଯୋଗୁଁ ରାଜ୍ୟରେ ଅନେକ ରୋଗୀଙ୍କ ଜୀବନ ଯାଉଛି । ବାଙ୍ଗିରୀପୋଷି ବ୍ଲକର ହାଣଦା ଗ୍ରାମର ଚିତରଂଜନ ମୁଣ୍ଡାଙ୍କ ପତ୍ନୀ ତୁଳସୀ ମୁଣ୍ଡା ଦ୍ୱିତୀୟ ସନ୍ତାନ ପ୍ରସବ ନିମନ୍ତେ ଗର୍ଭ ଯନ୍ତ୍ରଣା କାରଣରୁ ଶୁକ୍ରବାର ରାତିରେ ବାଙ୍ଗିରୀପୋଷି ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଆଦିବାସୀ ମହିଳା ତୁଳସୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେବା ପାଇଁ ଡାକ୍ତର ରେଫର କରିଥିଲେ । ୧୦୮ ଓ ୧୦୨ ଆମ୍ବୁଲାନ୍ସ ନଥିବା ଯୋଗୁଁ ମେଡିକାଲ ଆମ୍ବୁଲାନ୍ସରେ ତୁଳସୀଙ୍କୁ ନେଇ ଗଲାବେଳେ ବାଟରେ ତେଲ ସରିବା କାରଣରୁ ଆଧା ରାସ୍ତାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ପରେ ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୃତକ ତୁଳସୀ ମୁଣ୍ଡାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି । ଏହା ପରେ ଶ୍ରୀ ଟୁଡୁ ବାଙ୍ଗିରୀପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଡାକ୍ତରଙ୍କ ସହ ପୂରା ଘଟଣା ସଂର୍ପକରେ ଆଲୋଚନା କରିଥିଲେ । ଶ୍ରୀ ଟୁଡୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କଥା କହି ଲୋକ ହିଁ ପ୍ରକୃତ ମାଲିକ ବୋଲି କହୁଛନ୍ତି । କିନ୍ତୁ ଏଠି ବାଙ୍ଗିରୀପୋଷି ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ନାହଁନ୍ତି । ସେହିପରି ୬ଟି ଡାକ୍ତର ପଦବୀରୁ ମାତ୍ର ୨ଜଣ ଡାକ୍ତର ଏଠି ନିଯୁକ୍ତ ଅଛନ୍ତି । ମେଡିକାଲରେ ନିୟମିତ ଆମ୍ବୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଆଜି ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଏହା କଣ ‘ମୋ ସରକାର’ର ନମୂନା ? ଖୋଦ୍ ବାଙ୍ଗିରୀପୋଷି ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଯଦି ଏଭଳି ସ୍ଥିତି ଦେଖା ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ରାଜ୍ୟସରକାର ତୁରନ୍ତ ମୃତକ ତୁଳସୀ ମୁଣ୍ଡା ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛନ୍ତି ।ସ୍ୱାସ୍ଥ୍ୟସେବାକୁ ରାଜ୍ୟସରକାର ଗୁରୁତର ସହ ନେଉ ନାହାଁନ୍ତି । କେବଳ ବିଜ୍ଞାପନରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା, ଜନନୀ ସୁରକ୍ଷା, ମମତା, ନିରାମୟ, ନିଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ସ୍ଥାନ ପାଇଛି । ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଭୋଟ ହାତେଇବା ପାଇଁ ସ୍ୱାସ୍ଥ୍ୟ ସେବା ନାଁରେ ଏମିତି ଅନେକ ଯୋଜନା କରିଛନ୍ତି ରାଜ୍ୟସରକାର , କିନ୍ତୁ ଯାହାଙ୍କ ପାଇଁ ଏ ଯୋଜନା ହୋଇଛି ସେମାନଙ୍କ ପାଖରେ ଏ ଯୋଜନା ପହଂଚିବା ସାତସପନ ପାଲଟୁଛି । ଆମ୍ବୁଲାନ୍ସ ନପହଂଚିବା କାରଣରୁ ରାଜ୍ୟରେ ପ୍ରତ୍ୟେକ ଦିନ ଗର୍ଭବତୀ ମହିଳା ଖଟରେ, କାନ୍ଧରେ, ବେତ ଟୋକେଇରେ ବୁହା ହୋଇ ମେଡିକାଲରେ ପହଂଚୁଛନ୍ତି । ଅନେକ ସମୟରେ ଗର୍ଭବତୀ ମହିଳା ରାସ୍ତାକଡରେ ପ୍ରସବ କରି ମୃତ ଶିଶୁକୁ ଜନ୍ମ କରନ୍ତି ଅବା ମା’ ଶିଶୁ ଅଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁବରଣ କରନ୍ତି । ଏହା କ’ଣ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବିକାଶ ବୋଲି ଶ୍ରୀ ଟୁଡୁ ପ୍ରଶ୍ନ କରିଛନ୍ତି । ଏହି ପ୍ରତିନିଧୀ ଦଳରେ ବାଙ୍ଗିରୀପୋଷ ବିଜେପି ବିଧାୟକ ପ୍ରାର୍ଥୀ ସୁକୁଡା ମୁର୍ମୁ, ମୟୁରଭଂଜ ଜିଲ୍ଲା ସଭାପତି ଓ ମୋରଡା ବିଜେପି ବିଧାୟକ ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଦୋଳ ଗୋବିନ୍ଦ ବେହେରା ପ୍ରମୁଖ ସାମିଲ ଥିଲେ ।

Mo sapath

Leave A Reply

Your email address will not be published.