Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ଦେଲେ ୱାଲିଗଞ୍ଜବାସୀ….

ଅସରାଏ ବର୍ଷାରେ ରାସ୍ତା ସ୍ଥିତି ଶୋଚନୀୟ ...

0

ନିରପେକ୍ଷ ଖବର(ବାରିପଦା)ତା୨୬/ଜୁଲାଇ/ ୨୦୧୯: ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଲେଖାଏଁ ବର୍ଷା ପାଣି । ବର୍ଷା ଦିନରେ ରାସ୍ତାରେ ଯିବାଆସିବା କରିବା ସମ୍ଭବପର ହେଉନି। ଏପରିକି ରୋଗୀ ଯିବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବ ନୁହେଁ। ଏହା ହେଉଛି ବାରିପଦା ପୌରପରିଷଦ ଅନ୍ତର୍ଗତ ଥିବା ୩ ନମ୍ବର ୱାର୍ଡ ଶନି ମନ୍ଦିର ଦେଇ ଯାଇଥିବା ୱାଲିଗଞ୍ଜ ଅଞ୍ଚଳକୁ ରାସ୍ତା।ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବାଘରାରୋଡ ସ୍ଥିତ ଲଭେଲ କ୍ରସିଂରୁ ୱାଲିଗଞ୍ଜକୁ ଯିବା ପାଇଁ ଏକ ସ୍ଥାୟୀ ରାସ୍ତା ଟିଏ ନିର୍ମାଣ ହୋଇପାରିଲା ନାହିଁ । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୮ରୁ ୧୦ ପରିବାରର ଲୋକମାନେ ଟ୍ରେନ୍ ଲାଇନ୍ କଡ ଦେଇ ଯାଇଥିବା ମାଟି ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି । ୨୦୧୮ ମସିହାରେ ଏହି ରାସ୍ତା ବାରିପଦା ପୌରପରିଷଦ ପକ୍ଷରୁ ଉନ୍ନତି ଯୋଜନା ଅଧିନରେ ସହରର ଟ୍ରେନ୍ ଲାଇନ ପାଣି ନିଷ୍କାସନ ପାଇଁ ଏକ ନାଳ ଏବଂ ଆଡିବନ୍ଧ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ନାଳଟି ଅଧାବାଟରେ ଅଟକି ରହିଥିବାରୁ ବର୍ଷାଦିନ ଆସିଗଲେ ଡ୍ରେନ୍ ପାଣି ରାସ୍ତାରେ ଭାସୁଛି । ଯାହାଫଳରେ ପାଣି ମାଡରେ ଦିନକୁ ଦିନ ରାସ୍ତାର ମାଟି ଧୋଇ ହୋଇ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି । ଏନେଇ ୱାଲିଗଞ୍ଜ ବାସିନ୍ଦା ବିଭିନ୍ନ ସମୟରେ କାଉନ୍‌ସିଲରଙ୍କ ଠାରୁ ଆରମ୍ଭ କରି ବାରିପଦା ପୌରପରିଷଦର
ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଅଞ୍ଚଳକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ପୌରପରିଷଦର ନିର୍ବାହୀ ଯନ୍ତ୍ରୀଙ୍କୁ ୱାଲିଗଞ୍ଜବାସୀ ପୁଣି ଥରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାମୁତାବକ ବାରିପଦା ପୌରପାଳିକା ପକ୍ଷରୁ ଗତବର୍ଷ ଏପ୍ରିଲ ମାସରେ ନାଳ ଓ ଆଡିବନ୍ଧ ନିର୍ମାଣ ପାଇଁ ୫ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାତ୍ର ଏହାକୁ ନିର୍ମାଣ କରୁଥିବା ଠିକାଦାର ବାବୁ ଜଣଙ୍କ ୱାଲିଗଞ୍ଜକୁ ଯୋଗାଯୋଗ କରୁଥିବା ମାଟି ରାସ୍ତା ପାଖରେ ନାଳଟିକୁ ଛାଡି ଦେଇଛନ୍ତି । ଫଳରେ ବର୍ଷାଦିନରେ ଏହି ନାଳରେ ବହୁତ ପରିମାଣର ପାଣି ଢେଉ ଖେଳି ରାସ୍ତାରେ ପଶି ଲହଡି ଭାଙ୍ଗୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଦାବିପତ୍ର ଦେବା ସମୟରେ ସଞ୍ଜୟବାରିକ୍ ,ଦେବବ୍ରତ ପ୍ରଧାନ, ଲକ୍ଷ୍ମଣ ଘଢେଇ ପ୍ରମୁଖ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.