[pj-news-ticker]

ବାଘ ଆତଙ୍କ ନେଇ ଭୟଭିତ ଗ୍ରାମବାସୀ

0

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ଗାଁ ରେ ଏକ କଲରାପତରିଆ ବାଘ ବୁଲୁଥିବାର ଆତଙ୍କ ନେଇ ଭୟର ବାତାବରଣ ଖେଳିଯାଇଛି।ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଗାଁକୁ ଫେରୁଥିବା ଜନୈକ ବ୍ୟକ୍ତି ବାଘକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଦ ଚିହ୍ନକୁ ଦେଖି ତର୍ଜମା କରୁଛନ୍ତି। ଗୋବିନ୍ଦପୁର ଗ୍ରାମଟି ଶିମିଳିପାଳ ପାଦଦେଶ ନିକଟସ୍ଥ ହୋଇଥିବାରୁ ବାଘଟି ବାଟବଣା ହୋଇ ଗାଁରେ ପଶିଯାଇଥାଇ ପାରେ ବୋଲି ଗ୍ରାମବାସୀ କହିଛନ୍ତି।କିନ୍ତୁ ଗାଁ ରେ ବାଘ ବୁଲୁଥିବାର ଖବର ପ୍ରଚାରିତ ହେବା ପରେ ଭୟର ବାତାବରଣ ଖେଳିଯାଇଛି।ତେବେ ବନଖଣ୍ଡ ଅଧିକାରୀ ଏହା ଏକ ହେଟାବାଘ ହୋଇଥାଏ ପାରେ ବୋଲି ସନ୍ଦେହ କରୁଛନ୍ତି,ଅନ୍ୟପଟେ ପାଦ ଚିହ୍ନର ଅଧିକ ତର୍ଜମା ଜାରି ରହିଛି।

Leave A Reply

Your email address will not be published.