Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବାଲେଶ୍ୱର ଛାତ୍ର କଂଗ୍ରେସ ନେତାଙ୍କ ଅନ୍ୟାୟ ଗିରଫଦାରୀକୁ ନେଇ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ପ୍ଲାକାର୍ଡ ଧରି ପ୍ରତିବାଦ ଓ ପିସିସିର ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ ଆଲୋଚନା ଓ ସ୍ମାରକପତ୍ର ପ୍ରଦାନ

0

ଭୁବନେଶ୍ୱର ,ନିରପେକ୍ଷ ଖବର: ତା ୩.୬.୨୦ – ବାଲେଶ୍ୱର ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ନବଜ୍ୟୋତି ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ନିରନ୍ତର ୭୦ଦିନ ଧରି ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗରୀବ, ଅସହାୟ, ବିପନ୍ନ ଓ ସର୍ବୋପରି ପ୍ରବାସୀ ଭାଇଭଉଣୀମାନଙ୍କୁ କଂଗ୍ରେସ ଦଳ ତରଫରୁ ସାହାଯ୍ୟ, ସହଯୋଗ ଓ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ବାଲେଶ୍ୱରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅନୁପସ୍ଥିତକୁ ନେଇ ତାଙ୍କର ନିଖୋଜ ଲିଖିତ ପୋଷ୍ଟର କେତେକ ବ୍ୟକ୍ତିବିଶେଷ କାନ୍ଥବାଡ଼ରେ ଲଗାଇବାକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣା ରାଜ୍ୟ ଓ ଦେଶରେ ସାଂସଦଙ୍କ ପାରିବା ପଣିଆକୁ ଚର୍ଚ୍ଚା ପରିସରକୁ ଆଣିଥିଲା । ଉକ୍ତ ଘଟଣାକୁ ଫେସବୁକରେ ବାଲେଶ୍ୱର ଛାତ୍ର କଂଗ୍ରେସର ଆବାହକ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ମହାନ୍ତି ତଥା ଅନ୍ୟତମ ଛାତ୍ର କଂଗ୍ରେସ ନେତା ଗୌତମ ସାହୁ ଫେସବୁକ୍‌ରେ ପୋଷ୍ଟ କରିବା ଘଟଣାକୁ ଆଧାରକରି ବାଲେଶ୍ୱର ପୋଲିସ ଜୁନ-୧ ତାରିଖରେ ବିଜେପି ଦଳର ଜଣେ ଯୁବକର୍ମୀଙ୍କ ଏଫ୍‌ଆଇଆର୍ ଆଧାରରେ କୌଣସି ସତ୍ୟାସତ୍ୟକୁ ଅନୁସନ୍ଧାନ ନକରି ଆକ୍ରୋଷମୁଳକ ଓ ଅନ୍ୟାୟଭାବେ ଶ୍ରୀମାନ ମହାନ୍ତି, ଶ୍ରୀମାନ ସାହୁ, ରାଜ୍ୟ କଂଗ୍ରେସର ପ୍ରାକ୍ତନ ସାଧାରଣ ସଂପାଦକ ଶ୍ରୀଯୁକ୍ତ ସଂଜୀବ ଗିରୀ, ଯୁବ କଂଗ୍ରେସ ନେତା ସୁଧାଂଶୁ ଜେନାଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲଗାଇବା ସହ ଗୌତମ ଏବଂ ଜ୍ଞାନେନ୍ଦ୍ର ବାବୁଙ୍କୁ ଗିରଫ କରିବା ଘଟଣା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ଓ ସ୍ପୁହଣୀୟ ନୁହେଁ ବୋଲି ପିସିସିର ପ୍ରାକ୍ତନ ମୁଖପାତ୍ର ଶ୍ରୀଯୁକ୍ତ ପଦ୍ମାକର ଗୁରୁ ମତବ୍ୟକ୍ତ କରିଥିଲେ । ଯେଉଁମାନେ ଉକ୍ତ ଘଟଣାରେ ସଂପୃକ୍ତ ସେମାନଙ୍କୁ ଠାବ ନକରିପାରିବା ଓ ବାଲେଶ୍ୱର ପୋଲିସ୍‌ର ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଉକ୍ତ ଘଟଣାକୁ ନେଇ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ଅପରାହ୍ନ ୫ ଘଟିକା ସମୟରେ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭୟଙ୍କୁ କଟକ କାର୍ଯ୍ୟାଳୟରେ ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମିଥ୍ୟା ଓ ଆଧାରହୀନ କେସ୍‌କୁ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ପ୍ରତିନିଧି ମଣ୍ଡଳୀ ଡିଜିପିଙ୍କୁ ଅନୁରୋଧ କରିଥିଲେ । ଘଟଣାକୁ ଗୁରୁତ୍ୱ ଦେଇ ଆଇନନୁଯାୟୀ ତଦନ୍ତ ସହ ଅବିଳମ୍ବେ ଘଟଣାର ପର୍ଦାଫାସ ସହ ସଂପୃକ୍ତ ଦୋଷୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ ମହାନିର୍ଦ୍ଦେଶକ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀରେ ପିସିସିର ପ୍ରାକ୍ତନ ସାଧାରଣ ସଂପାଦକ ସଂଜୀବ ଗିରୀ, ଜ୍ଞାନଦେବ ବେଉରା, ରାଜ୍ୟ ଛାତ୍ର କଂଗ୍ରେସର ପ୍ରାକ୍ତନ ସଭାପତି ଜିନେଶ ଦାସ, ପ୍ରାକ୍ତନ ପିସିସି ସଂପାଦକ ନିରଞ୍ଜନ ନାୟକ, ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ, ନିରଞ୍ଜନ ଦାସ, ଯୁବ କଂଗ୍ରେସ ନେତା ସୁଧାଂଶୁ ଜେନା ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement
Mo sapath

Leave A Reply

Your email address will not be published.