Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

କେନ୍ଦ୍ରଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ ପଟ୍ଟନାୟକ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୫ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଶୁଣି ନିଜର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବାର୍ତା ମାଧ୍ୟମରେ କହିଛନ୍ତି ଯେ, ଏହା ଅତ୍ୟନ୍ତ ହତାଶ ଓ ଏହି ଘୋଷଣା ଏକ ୠଣ ବିକ୍ରି ବିଜ୍ଞାପନ । ଏହାଦ୍ୱାରା ଓଡ଼ିଶା ରାଜ୍ୟର କ’ଣ ବିକାଶ ହେବ ବା ଜନସାଧାରଣ କି ଉପକୃତ ହେବେ ତାହା ମୁଁ ବୁଝିପାରୁନାହିଁ ଏବଂ କୃଷକ ଓ ମଧ୍ୟବିତଙ୍କ ପରିବାର ପାଇଁ କୌଣସି ସୁବିଧା ନାହିଁ । ଏହା ଦ୍ୱାରା କେବଳ ମୁଷ୍ଟିମେୟ ରାଜ୍ୟ ଗୁଜୁରାଟ ଓ ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟମାନେ ଉପକୃତ ହେବେ । ଆଜି ଇପିକଲ ଏବଂ ଓ.ଏସ୍‌.ଏଫ୍‌.ସି. ବନ୍ଦ ହେବାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ ପ୍ରକୃତ ତଥ୍ୟ ଜାଣି ପାରିବେ । ଖାଲି ବିବୃତି ଦେଲେ ନିଯୁକ୍ତି ହୋଇଯିବ ନାହିଁ କି ବେକାରୀ ସଂଖ୍ୟା କମି ପାରିବ ନାହିଁ । ରାଜ୍ୟରେ ଯେହେତୁ ଅଧିକ ପ୍ରବାସୀ ଓଡ଼ିଶା ବାହାରେ ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ, ଶ୍ରମିକ ତଥା ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ମାଗନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସେହିଭଳି ରାଜ୍ୟରେ ଚାଲିଥିବା କରୋନା କେନ୍ଦ୍ର ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲୁଛି । ସରକାର ଏଥିରେ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସାମିଲ କରନ୍ତୁ । କଂଗ୍ରେସ ଦଳ ସହଯୋଗର ଯେତେ ପ୍ରସ୍ତାବ ଦେଲେ ମଧ୍ୟ ରାଜ୍ୟ ସରକାର ଗ୍ରହଣ କଲେ ନାହିଁ କି ଆଲୋଚନା ପାଇଁ ମୁଖ୍ୟ ଶାସନ ସଚିବ ମଧ୍ୟ କଂଗ୍ରେସ ଦଳକୁ ସମୟ ଦେଲେ ନାହିଁ, ଠିକ୍ ଅଛି । କିନ୍ତୁ ନିଜ ଦଳରେ ବହୁ ନେତା, ସାଂସଦ ଓ ବିଧାୟକ ଥିବାବେଳେ ସେମାନଙ୍କୁ ମଧ୍ୟ ସାମିଲ କରୁନାହାନ୍ତି । ଖାଲି କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ନେଇ କାର୍ଯ୍ୟ କଲେ କରୋନାକୁ ଠିକ୍ ଭାବେ ମୁକାବିଲା କରିହେବ ନାହିଁ । ତେଣୁ ମୁଁ ଅନୁରୋଧ କରୁଛି ନିଜ ଦଳର ସାଂସଦ ବିଧାୟକ ମାନଙ୍କୁ ବିଶ୍ୱାସକୁ ନେଇ ଏହି କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସାମିଲ କରନ୍ତୁ । ତାହାଲେ ଅବସ୍ଥାର କିଛି ପରିବର୍ତନ ହେବ । ନଚେତ ଭବିଷ୍ୟତରେ ପରିସ୍ଥିତି ବହୁତ ଭୟାବହ ହେବ ବୋଲି ପ୍ରଦେଶ କଂଗ୍ରେସ କମିଟର ସଭାପତି ଶ୍ରୀ ପଟ୍ଟନାୟକ ଚେତାବନି ଦେଇଛନ୍ତି ।

Mo sapath

Leave A Reply

Your email address will not be published.