Blank space
Blank space
Breaking News/ମୁଖ୍ୟ ଖବର:
ଟିଏସ୍‌ଜି ଗୁରୁକୂଳ ପରିସରରେ ସାହିତ୍ୟ ପତ୍ରିକା“ଅନ୍ନପୂର୍ଣ୍ଣା”ଉନ୍ମୋଚିତଆଇସିଏମ୍‌ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍‌ଟି ଦିବସ ପାଳିତଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ “ସମବାୟ ପଦଯାତ୍ରାବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓକାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ
Blank space

ଆଇସିଏମ୍‌ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍‌ଟି ଦିବସ ପାଳିତ

0

ଭୁବନେଶ୍ୱର: ନିରପେକ୍ଷ ଖବର: ତା ୦୪/୦୭ ଇନ୍‌ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ସ ଅଫ ଇଣ୍ଡିଆ (ଆଇସିଏମ୍‌ଏଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍‌ଟି ଦିବସ ସିଏମ୍‌ଏ ଭବନଠାରେ ପାଳିତ ହୋଇଯାଇଛି । ଜିଏସ୍‌ଟି ଦିବସକୁ ପାଳନ କରିବା ପାଇଁ “ଜିଏସ୍‌ଟି ଆପିଲେଟ୍ ମେକାନିଜିମ୍‌-ପ୍ରମୁଖ ଦିଗ ଏବଂ ପ୍ରକ୍ର୍ରିୟା” ବିଷୟ ସମ୍ପର୍କୀତ ଏକ ସେମିନାର ଆୟୋଜିତ ହୋଇଥିଲା । ବିଜୟ କୁମାର କର, ଆଇଆର୍‌ଏସ୍ (ଅବସରପ୍ରାପ୍ତ), କେନ୍ଦ୍ରୀୟ ଜିଏସ୍‌ଟି, କେନ୍ଦ୍ରୀୟ ଅବକାରୀ ଏବଂ ସୀମା ଶୁଳ୍କ,ଭୁବନେଶ୍ୱର ଅଞ୍ଚଳର ପୂର୍ବତନ ମୁଖ୍ୟ କମିଶନର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ତାଙ୍କ ଅଭିଭାଷଣରେ ସେ ଆପିଲେଟ୍ ଚ୍ୟାଲେଞ୍ଜ ଏବଂ ଜିଏସ୍‌ଟି ଅଧିନରେ ଏକ ସୁଗମ ସମାଧ।ନ ବ୍ୟବସ୍ଥାର ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସିଏମ୍‌ଏ ନିରଞ୍ଜନ ସ୍ୱାଇଁ , ଚାପ୍ଟର ଏବଂ ଇଆଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ, ଓଡିଶା ଉଚ୍ଚ ନ୍ୟାୟାଳୟର ଓକିଲ ଏବଂ ଟିକସ ପରାମର୍ଶଦାତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ କର ଆଇନ୍ ଏବଂ ବ୍ୟବହାରିକ ଅଭିଜ୍ଞତା ବିଷୟରେ

ତାଙ୍କର ଗଭୀର ମତାମତ ପ୍ରଦାନ କରିବା ସହିତ ଅଂଶଗ୍ରହଣକାରୀଙ୍କୁ ଜିଏସ୍‌ଟି ଆପେଲେଟ୍ ପ୍ରକ୍ରିୟାର ବିବରଣୀ ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ ଏବଂ ଜିଏସ୍‌ଟି ଆପେଲେଟ୍ ପ୍ରକ୍ରିୟା ଏବଂ ଡକ୍ୟୁମେଣ୍ଟେସନ ଉପରେ ଅର୍ନ୍ତଦୃଷ୍ଟି ପ୍ରଦାନ କରିଥିଲେ । ଆଇସିଏମ୍‌ଏଆଇ-ଇଆଇଆର୍‌ସି ସେକ୍ରେଟାରୀ ସିଏମ୍‌ଏ ଦାମୋଦର ମିଶ୍ର ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏଭଳି ପ୍ରଭାବଶାଳୀ ସେମିନାରର ଆୟୋଜନ ପାଇଁ ଭୁବନେଶ୍ୱର ଚାପ୍ଟରକୁ ପ୍ରଶଂସା କରିଥିଲେ । ସେ ବୃତ୍ତିଗତ ବିକାଶ ଏବଂ ନିରନ୍ତର ଜ୍ଞାନର ଆଦାନପ୍ରଦାନ ପ୍ରତି ପ୍ରତିଷ୍ଠାନର ପ୍ରତିବଦ୍ଧତାକୁ

Blank space

ଦୋହରାଇଥିଲେ । ଚାପ୍ଟରର ଅଧ୍ୟକ୍ଷ ସିଏମ୍‌ଏ ଶରତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଚାପ୍ଟରର ସଚିବ ସିଏମ୍‌ଏ ସୈାମ୍ୟରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରଫେସନାଲ ଡେଭଲପ୍‌ମେଣ୍ଟ କମିଟିର ଅଧ୍ୟକ୍ଷ ସିଏମ୍‌ଏ ବରଦା ପ୍ରସନ୍ନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଚାଳନା କମିଟି ସଦସ୍ୟବୃନ୍ଦ, ପୂର୍ବତନ ଅଧ୍ୟକ୍ଷ, ଚାପ୍ଟରର ବରିଷ୍ଠ ସଦସ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କ ସମେତ ୧୦୦ରୂୁ ଉର୍ଦ୍ଧ୍ୱ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କ ସାମୂହିକ ପ୍ରୟାସରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Mo sapath

Leave A Reply

Your email address will not be published.