ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ୨୦୨୧ ବ୍ୟାଚ୍ ଆଇଏଏସ୍ ପ୍ରଥମେଶ ଅରବିନ୍ଦ ରାଜେସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିପରି ୨୦୧୨ ବ୍ୟାଚର ଆଇଏଏସ୍ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ବରିଷ୍ଠ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ମଧୁସ୍ମିତା ସାହୁଙ୍କୁ ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହେଲେ ଲିଲି କୁମାରୀ କୁଲୁ । ସୋମେଶ ଉପାଧ୍ୟାୟଙ୍କ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଆଇଏଏସ ମନୀଷ ଅଗ୍ରଓ୍ବାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ବ
-ସ୍ମୃତି ରଂଜନ ପ୍ରଧାନ- ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ

-ସିଦ୍ଧାର୍ଥ ଦାସ-ମତ୍ସ୍ୟ ସମ୍ପଦ ବିଭାଗ ନିର୍ଦ୍ଦେଶକ
-ମଧୁସ୍ମିତା ସାହୁ – ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ
-ଉପମା କାଲୋ-ସମ୍ବଲପୁର ଆରଡିସି(ଏନଡି) ଅତିରିକ୍ତ ଦାୟିତ୍ବ
-ଲିଲି କୁମାରୀ ସାହୁ- ଅତିରିକ୍ତ ସଚିବ, ପବ୍ଲିକ ଏଣ୍ଟରପ୍ରାଇଜ
-ସୋମେଶ ଉପାଧ୍ୟାୟ- ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ
-ପ୍ରଥମେଶ ଅରବିନ୍ଦ ରାଜସିର୍କେ- ମାଲକାନଗିରି ଜିଲ୍ଲାପାଳ

