ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୪/୦୭ ଭୁବନେଶ୍ୱରସ୍ଥ ସମ ହସ୍ପିଟାଲ ନିକଟ ଗୋଠପାଟଣା ଠାରେ ଟିଏସ୍ଜି ଗୁରୁକୂଳ ପରିସରରେ
ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟର ନବମୂର୍ଚ୍ଛନା, “ଅନ୍ନପୂର୍ଣ୍ଣା” ପତ୍ରିକାର ରଥଯାତ୍ରା
ବିଶେଷାଙ୍କ-୨୦୨୫ ଉନ୍ମୋଚିତ ହୋଇଯାଇଛି । ଭାଷା ହିଁ ଗୋଟିଏ ଜାତିର ପ୍ରାଣ ଏବଂ ସାହିତ୍ୟ ହିଁ ସଭ୍ୟତାକୁ
ନୂଆ ଦିଶା ଦେଇଥାଏ ବୋଲି ପାଠକାର୍ପଣ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବିଶିଷ୍ଟ ସାହିତ୍ୟିକ
ଅଧ୍ୟାପକ ଆର୍ଯ୍ୟବ୍ରତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ସାହିତ୍ୟିକ
ଡ. ହିମାଂଶୁ କୁମାର ପଟ୍ଟନାୟକ ଓ ବରେଣ୍ୟ ଅତିଥି ଭାବେ ପଣ୍ଡିତ ଜିତୁ ଦାଶ ଯୋଗ ଦେଇଥିଲେ । ଅନ୍ନପୂର୍ଣ୍ଣା
ପତ୍ରିକାର ମୁଖ୍ୟ ସମ୍ପାଦିକା ଶୈବାଳିନୀ ସାହୁ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିବା ସହ ପତ୍ରିକାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସମ୍ମାନିତ ଅତିଥି ଭାବରେ ଟିଏସ୍ଜି ଗୁରୁକୂଳର ଅଧ୍ୟକ୍ଷା ରଞ୍ଜିତା ମହାପାତ୍ର, ସମାଜସେବୀ ଓ ସାହିତ୍ୟିକା ସୁଜାତା ସିଂହ ଏବଂ ସମାଜସେବୀ ଇଂ ମନୋରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଗୁରୁକୂଳ ଶିକ୍ଷାନୁଷ୍ଠାନର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସହ ବହୁ ସାହିତ୍ୟିକ, ସାହିତ୍ୟିକା ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
