Blank space
Blank space
Breaking News/ମୁଖ୍ୟ ଖବର:
ଟିଏସ୍‌ଜି ଗୁରୁକୂଳ ପରିସରରେ ସାହିତ୍ୟ ପତ୍ରିକା“ଅନ୍ନପୂର୍ଣ୍ଣା”ଉନ୍ମୋଚିତଆଇସିଏମ୍‌ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍‌ଟି ଦିବସ ପାଳିତଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ “ସମବାୟ ପଦଯାତ୍ରାବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓକାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ
Blank space

ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ “ସମବାୟ ପଦଯାତ୍ରା

ଲାଭ ନୁହେଁ, ସେବା ପାଇଁ ସମର୍ପିତ ସମବାୟ ଅନୁଷ୍ଠାନ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୪/୦୭/୨୦୨୫ :ଲାଭ ନୁହେଁ, ସେବା ପାଇଁ ସମର୍ପିତ ସମବାୟ ଅନୁଷ୍ଠାନ । ବ୍ୟକ୍ତି ଅପେକ୍ଷା ଗୋଷ୍ଠୀର ବିକାଶ ପାଇଁ ପ୍ରତିବଦ୍ଧ ଥିବା ସମବାୟ ଅନୁଷ୍ଠାନ ଗ୍ରାମୀଣ ଓଡ଼ିଶାର ଗ୍ରୋଥ୍ ଇଂଜିନ୍ ସାଜିବ ବୋଲି ମାନ୍ୟବର ସମବାୟ ତଥା ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । “ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫” ପାଳନ ଉପଲକ୍ଷେ ଆୟୋଜିତ “ସମବାୟ ପଦଯାତ୍ରା”ର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି ।

ଆଜି ସକାଳ ୭ ଘଟିକା ସମୟରେ ସ୍ଥାନୀୟ ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଏକ ସମବାୟ ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ । ଅଂଶଗ୍ରହଣକାରୀମାନେ ବିଭିନ୍ନ ସ୍ଲୋଗାନ୍ ଦେଇ ସମବାୟ ଅନୁଷ୍ଠାନ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

Blank space

ଏହି ସମବାୟ ପଦଯାତ୍ରାରେ ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ, ଅତିରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ, ଯୁଗ୍ମ ନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଦାଶ, ବରିଷ୍ଠ ଅଧ୍ୟାପକ ସରୋଜ କୁମାର କାଶ୍ୟପ, ଅନୁଷ୍ଠାନର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ପାଳନ, କେନ୍ଦ୍ର ସମବାୟ ମନ୍ତ୍ରାଳୟର ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ତଥା ଆସନ୍ତାକାଲି (୫ ଜୁଲାଇ ) ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ସମବାୟ ଦିବସ ଉପଲକ୍ଷେ ଏହି ପଦଯାତ୍ରା ଆୟୋଜନ ହୋଇଥିଲା । ଏହି ଅବସରରେ “ମା’ ପାଇଁ ଗଛଟିଏ” (ଏକ ପେଡ୍ ମା’ କେ ନାମ) ଅଭିଯାନରେ ଭାଗ ନେଇ ମାନ୍ୟବର ମନ୍ତ୍ରୀ ଏକ ଚାରା ରୋପଣ କରିଥିଲେ । ପ୍ରକୃତି ମାତାକୁ ସୁରକ୍ଷା ଦେବା ପାଇଁ ସାରାଦେଶରେ “ମା’ ପାଇଁ ଗଛଟିଏ” ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି ।

Mo sapath

Leave A Reply

Your email address will not be published.