ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୦୩ ଭୁବନେଶ୍ୱରରେ ଅସ୍ତ୍ର ସହ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ଧୌଳି ଥାନା ଅଧୀନ ଶିଶୁପାଳଗଡ଼ ଗେଟ୍ ନିକଟରେ ପାଟ୍ରୋଲିଂ ସମୟରେ ପୋଲିସ ସନ୍ଦେହଜନକ ଭାବେ ଘୁରୁଥିବା ଦୁଇଜଣଙ୍କୁ କାବୁ କରିଥିଲା। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ସୁଭମ ଚନ୍ଦ୍ର ନାୟକ ଓ ଆକାଶ ଉର୍ଫ ସମୀର ଚନ୍ଦ୍ର ଦାସ। ସେମାନଙ୍କ ପାଖରୁ ଦୁଇଟି ଧାତୁର କଣ୍ଟା ସହ ଏକ ବଡ଼ ଧାରୁଆ ତେଲେଙ୍ଗା ଖଣ୍ଡା ଜବତ କରାଯାଇଛି। ପୋଲିସ କହିଛି, ଅଭିଯୁକ୍ତମାନେ NH–316 ବାଇପାସ୍ ରାସ୍ତାରେ ଲୋକମାନଙ୍କ ଉପରେ ଆକ୍ରମଣ ଓ ଛିନତାଇ କରିବା ଉଦ୍ଦେଶ୍ୟରେ ବୁଲାବୁଲି କରୁଥିଲେ।
ଏହା ସହ ଅଭିଯୁକ୍ତ ଆକାଶ ଉର୍ଫ ସମୀର ପୂର୍ବରୁ ମଧ୍ୟ ଦୁଇଟି ଅପରାଧିକ ମାମଲାରେ ଜଡିତ ଥିବା ଜଣାପଡିଛି।

ପୋଲିସ ଉଭୟଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲାଣ କରିଥିବାବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି।

