[pj-news-ticker]

ଆରଡ଼ି ପୀଠରେ ଜଳ ଲାଗିକଲେ ୨୦୦୦୦ ରୁ ଅଧିକ ବୋଲ୍ ବମ୍ ଭକ୍ତ…

ଶାନ୍ତି ଶୃଙ୍ଖଳା ସହ ଜଳ ଲାଗି କଲେ ଭକ୍ତ ମାସ ...

0

ଭଦ୍ରକ,ନିରପେକ୍ଷ ଖବର: ୨୨/୦୭/୧୯.ଭଦ୍ରକ ଜିଲ୍ଲା ର ପ୍ରସିଦ୍ଧ ଶୈବପିଠ ଆରଡ଼ି ରେ ଶ୍ରାବଣ ର ପ୍ରଥମ ସୋମବାର ରେ ବାବାମଣି ଙ୍କୁ ଜଳଲାଗି କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୨୦୦୦୦ ଶିବ ଭକ୍ତଙ୍କ ସମାଗମ ହୋଇଥିଲା ଆରଡ଼ି ଧାମ ବୋଲବମ ଧ୍ଵନି ରେ କମ୍ପି ଯାଇଥିଲା ସମଗ୍ର ପୀଠ… ହଜାର ହଜାର କାଉଡିଆ ଭକ୍ତଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା.ଗମନାଗମନ ପାଇଁ ୩ ନଦୀ ଘାଟ ରେ ଓଡ୍ରାଫ ଟିମ ମୁତୟନ ସହ ଅଗ୍ନିଶମ ବିଭାଗ ସଜାଗ ରହିଥିଲେ.. ଜଳ ଓ ପରିମଳ ବିଭାଗ ପକ୍ଷରୁ ୨୪ ଘଣ୍ଟା ଟ୍ୟାଙ୍କର ମାଧ୍ୟମ ରେ ପାନୀୟ ଜଳ ଯୋଗାଯାଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨ଟି ସ୍ଥାନ ରେ ଅସ୍ଥାୟି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବା ସହ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା.. କାଉଡିଆ ମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଚାନ୍ଦବାଲି ତହସିଲଦାର ରବିବାର ଠାରୁ ପୀଠ ରେ ସମସ୍ତ କାର୍ଯ୍ୟ ତଦାରଖ କରିଥିବାବେଳେ ଧାମନଗର , ଧୂଷୁରୀ ଥାନା ଅଧିକାରୀ ଓ ଆରଡ଼ି ଫାଣ୍ଡି ଅଧିକାରୀ ମନ୍ଦିର ଭିତରେ ରହି ମଣିବାବା ଙ୍କ ନୀତିକାନ୍ତି ତଦାରଖ କରିଥିଲେ..

Leave A Reply

Your email address will not be published.