ଭଦ୍ରକ:ନିରପେକ୍ଷ ଖବର :୨୩/୭/୨୦୧୯): ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଅ ଜନ୍ମ ହେଲେ ୫୦୦ଟଙ୍କା ଓ ଝିଅ ଜନ୍ମ ହେଲେ ୪୦୦ ଟଙ୍କା ଦେବାକୁ ପଡୁଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତୀମାନେ ଟଙ୍କା ନ ଦେଲେ ସେମାନଙ୍କର ଚିକିତ୍ସା ହୋଇପାରିବ ନାହିଁ ବୋଲି ଧମକ ଦେଉଛନ୍ତି ମେଡିକାଲରେ ଥିବା ମହିଳା କର୍ମଚାରୀ। ସୂଚନମୁତାବକ ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଦେଉଳି ଗ୍ରାମର ମନୋଜ ସେଠିଙ୍କ ସ୍ତ୍ରୀ ସରସ୍ବତୀ ସେଠୀଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାକୁ ବାସୁଦେବପୁର ସି. ଏଚ. ସି ରେ ଭର୍ତ୍ତି କରିଥିଲେ। ରବିବାର ସକାଳ ୧୦ଟା ସମୟରେ ସରସ୍ବତୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପିଲା ଜନ୍ମ ପରେ ତାଙ୍କ ପରିବାରଙ୍କୁ ୪୦୦ ଟଙ୍କା ଦେବା ପାଇଁ ଦାୟିତ୍ୱ ରେ ଥିବା ମହିଳା କର୍ମଚାରୀ ଦାବି କରିଥିଲେ। ପରିବାର ଲୋକେ ଗରିବ ଖଟିଖିଆ ହୋଇଥିବାରୁ ଟଙ୍କା ଦେବାକୁ ମନା କରିଥିଲେ। ହେଲେ କର୍ମଚାରୀମାନେ ସେମାନଙ୍କ କଥା ଶୁଣି ନଥିଲେ। ମହିଳା କର୍ମଚାରୀମାନେ ଜିଧ ଧରି ବସିବାରୁ ବାଧ୍ୟହୋଇ ମନୋଜର ପରିବାର ଲୋକେ ୪୦୦ ଟଙ୍କା ଦେଇଥିଲେ। ଏହି ଘଟଣା ଜାଣିବା ପରେ ମନୋଜ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଡା. ସୁଶାନ୍ତ ସାମନ୍ତ ଙ୍କୁ ଲିଖିତ ଅଭିଯୋଗ କରିବା ସହ କଣ ପାଇଁ ଟଙ୍କା ନିଆ ଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏନେଇ ଡାକ୍ତରଖାନାରେ ଚାପା ଓ ଉତେଜନା ସୃଷ୍ଟି ହୋଇଥିଲା। ବାସୁଦେବପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ନିତିଦିନିଆ ଘଟୁଥିବା ଅବିଯୋଗ ହେଉଛି।ପୁଅ ହେଲେ ୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଝିଅ ହେଲେ ୪୦୦ ଦେବାକୁ ପଡିଛି।
