[pj-news-ticker]

ନକଲି ଡାକ୍ତରଙ୍କ ଚିକିତ୍ସାରେ ଚାଲିଗଲା ୧୨ବର୍ଷୀୟ ନାବାଳକର ଜୀବନ…

ପ୍ରଶାସନ ସାଜିଛି ନିରବଦ୍ରଷ୍ଟା...

0

ଭଦ୍ରକ: ନିରପେକ୍ଷ ଖବର:୨୨/୦୭/୧୯,ଭଦ୍ରକ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନଥିରୁ ଜିଲ୍ଲାରେ ନକଲି ଡାକ୍ତରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଫଳରେ ଏହି ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସା ହେବାକୁ ଲୋକେ ବାଧ୍ୟ ହେଉଛନ୍ତି। ତେଣୁ ଡାକ୍ତରୀ ପାଠ ପଢି ନ ଥିବା ଡାକ୍ତରଙ୍କ ପାଖରେ ରୋଗୀମାନେ ଚିକିତ୍ସିତ ହେଉଥିବାରୁ ଅଧିକାଂଶ ସମୟରେ ରୋଗ ଭଲ ହେବା ବଦଳରେ ରୋଗୀମାନେ ମୁର୍ତ୍ୟୁ ମୁଖରେ ପଡୁଛନ୍ତି। ଭଦ୍ରକ ଜିଲ୍ଳାର ବାସୁଦେବପୁର ବ୍ଲକରେ କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଦେଇପୁର ଅଂଚଳରେ ଏଭଳି ଏଘଟଣ ସାମ୍ନାକୁ ଆସିଛି।ବିଦେଇପୁର ଅଂଚଳର କେରାସାହି ଗ୍ରାମର ସତ୍ୟବ୍ରତ ନାୟକଙ୍କ ପୁଅ ପ୍ରମୋଦ (୧୨)ବର୍ଷ କୁ ତିନିଦିନ ତଳେ ଥଣ୍ଡା ଜ୍ୱର ହୋଇଥିଲା। ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ତାକୁ ବିଦେଇପୁରରେ ଥିବା କ୍ଲିନିକରେ ଚିକିତ୍ସ କରାଇଥିଲେ।ମାତ୍ର ସେଠାରେ ଥିବା ଜଣେ ନକଲି ଡାକ୍ତର ପୁଅର ରକ୍ତ ପରୀକ୍ଷା କରିବାକୁ କହିଲେ। ରକ୍ତ ପରୀକ୍ଷାର ରିପୋର୍ଟ ଆସିବା ପରେ ନକିଲି ଡାକ୍ତର ଜଣଙ୍କ ମେଡ଼ିସିନ ଲେଖିଦେଇଥିଲେ। ହେଲେ ପ୍ରମୋଦ ର ବାପା ପେଶକୁସନ ଦେଖାଇ ମେଡ଼ିସିନ ଆଣିଥିଲେ। ହେଲେ ପ୍ରମୋଦ ସେହି ମେଡ଼ିସିନ ଖାଇବା ପରେ ଶନିବାର ଦିନ ତାର ଦେହ ଭଲ ହେବା ବଦଳରେ ଆହୁରି ବିଗିଡି ଯାଇଥିଲା। ତାପର ଦିନ ପୁଣି ସେହି ନକଲି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଥିଲେ। ନକିଲି ଡାକ୍ତରଙ୍କ ପରାମର୍ଶରେ ମେଡ଼ିସିନ ଖାଇବା ପରେ ରବିବାର ଦିନ ପ୍ରମୋଦ ଚେତା ଆସି ନଥିଲା। ପରିବାର ଲୋକ ଉପାୟଶୂନ୍ୟ ହୋଇ ପ୍ରମୋଦକୁ ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକ ହତବାକ ହୋଇଯାଇଥିଲେ। ଧର୍ଯ୍ୟ ନହରାଇ ପୁଅକୁ ଘରକୁ ନେଇ ଆସିଥିଲେ। ଘରେ ପହଁଚିବା ପରେ ପ୍ରମୋଦର ହାତ ହଲାଉଥିବା ଜାଣିବାକୁ ପାଇଥିଲେ। ପ୍ରମୋଦ ଜୀବିତ ଥିବା ଭାବି ୧୦୮ ଆମ୍ବୁଲାନ୍ସରେ ପୁଣି ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ଦେଖି ପୁଣି ଥରେ ମୃତ ଘୋଷଣା କରିଥିଲେ। ଶେଷରେ ପରିବାର ଲୋକେ ବାଇକ୍ ରେ ପ୍ରମୋଦର ଶବକୁ ଘରକୁ ନେଇଯାଇଥିଲେ। ଏହି ଘଟଣା ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକେ ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡିଛି। କିନ୍ତୁ ପ୍ରମୋଦର ପିତା ସତ୍ୟବ୍ରତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ନକଲି ଡାକ୍ତର ଯୋଗୁ ପୁଅର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଏହି ଘଟଣା ଶୁଣି ନକଲି ଡାକ୍ତର ଜଣକ କ୍ଲିନିକ ବନ୍ଧ କରି ଫେରାର ହୋଇଯାଇଥିବା ଜଣାପଡିଛି। ଭଦ୍ରକରେ ନକଲି ଡାକ୍ତର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏମାନଙ୍କ କବଳରୁ ନିରୀହ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.