Blank space
Blank space
Breaking News/ମୁଖ୍ୟ ଖବର:
ଟିଏସ୍‌ଜି ଗୁରୁକୂଳ ପରିସରରେ ସାହିତ୍ୟ ପତ୍ରିକା“ଅନ୍ନପୂର୍ଣ୍ଣା”ଉନ୍ମୋଚିତଆଇସିଏମ୍‌ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍‌ଟି ଦିବସ ପାଳିତଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ “ସମବାୟ ପଦଯାତ୍ରାବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓକାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ
Blank space

ସମାଜ’ ପକ୍ଷରୁ ଓଜସ୍ବିନୀ ଓଡିଶା ପ୍ରତିଯୋଗିତା ‘ଗୋପବନ୍ଧୁ ଭାରତର ଗର୍ବ’

0

ଭୁବନେଶ୍ବର,ନିରପେକ୍ଷ ଖବର:୨୯ା୬(ନି.ପ୍ର):ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ରାଜ୍ୟ ନୁହେଁ ସାରା ଭାରତର ଗର୍ବ ଓ ଉଜ୍ଜଳମୟ ତାରାକା। ଛାତ୍ରଛାତ୍ରୀ ପିଲା ଗୋପବନ୍ଧୁଙ୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଶନିବାର ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଆୟୋଜିତ ଓଜସ୍ବିନୀ ଓଡିଶା ଗୋପବନ୍ଧୁ ସ୍ମାରକୀ ତର୍କ ପ୍ରତିଯୋଗିତାର ମୁଖ୍ୟଅତିଥି ବରିଷ୍ଠ ଚିକିତ୍ସକ ତଥା ଏମ୍ସ ଭୁବନେଶ୍ବର ଚିକିତ୍ସାଳୟର ପ୍ରାକ୍ତନ ନିର୍ଦେଶକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ।
‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିଥିମାନେ ଗୋପବନ୍ଧୁଙ୍କ ସେବା ତ୍ୟାଗର ମୁର୍ତ୍ତିମନ୍ତ ପ୍ରତୀକ ବୋଲି ଅଭିହିତ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତରୁଣ ପିଢ଼ିର ଚିନ୍ତା ଓ ଚେତନାର ଅନ୍ୟାନ୍ୟ ପରିପ୍ରକାଶ ପାଇଁ ସମାଜ ପକ୍ଷରୁ ବକୃତା ପ୍ରତିଯୋଗିତା କରାଯାଇଥିଲା। ବିଜେବି ମହାବିଦ୍ୟାଳୟ କଳା ବିଭାଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସମ୍ମାନିତ ଅତିଥି ତଥା ବିଚାରକ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳସଚିବ ଅଶୋକ ଦାଶ, ଜେକେବିକେ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଭୂତି ମହାପାତ୍ର, ପିଏନ୍‌ ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରାକ୍ତନ ପ୍ରଫେସର ବିଷ୍ଣୁପ୍ରିୟା ଓତା, ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିରେ କନିଷ୍ଠ ବିଭାଗରେ ବିଷୟ; ଭାରତର ବର୍ଦ୍ଧିତ ଜନସଂଖ୍ୟା ଦେଶ ବିକାଶରେ ସହାୟକ କି ? ରହିଥିଲା।
ଏଥିରେ ପ୍ରଥମ ସ୍ଥାନ: ପବିତ୍ର ପଣ୍ଡା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗୀ
ଦ୍ବିତୀୟ ସ୍ଥାନ: ପ୍ରିୟାଂଶୁ ଷଡଙ୍ଗୀ, ଓଡିଏମ୍‌ ପବ୍ଲିକ ସ୍କୁଲ
ତୃତୀୟ ସ୍ଥାନ: ସିଦ୍ଧେଶ୍ବର ରାଉତ, ସରସ୍ବତୀ ବିଦ୍ୟାମନ୍ଦିର ୟୁନିଟ୍‌-୮
ସେହିପରି ବରିଷ୍ଠ ବିଭାଗର କୃତି ପ୍ରତିଯୋଗୀ
(ବିଷୟ; ସାମ୍ପ୍ରତିକ ଭାରତରେ ସ୍ଥାନ ସଂରକ୍ଷଣ ଯଥାର୍ଥ କି ?)
ପ୍ରଥମ: ଆକାଂକ୍ଷା କବି, କିଟ୍‌ ଲ’ ସ୍କୁଲ
ଦ୍ବିତୀୟ: ମୋନାଲି ସାହୁ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ
ତୃତୀୟ : ବିଶ୍ବକେଶନ୍‌ ଦାଶ, ବେସିକ୍‌ ସାଇନ୍ସ କଲେଜ

Mo sapath

Leave A Reply

Your email address will not be published.