Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

‘ପଣ୍ଡିତ ନୀଳକଂଠଙ୍କ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ କ୍ଲାସିକ୍‌ ମର୍ଯ୍ୟାଦାର ଗ୍ରନ୍ଥ’

0

ଭୁବନେଶ୍ୱର ନିରପେକ୍ଷ ଖବର, ୨୭/୧୧/୨୦୧୯
ପ୍ରସିଦ୍ଧ ସାହିତି୍ୟକ, ଶିକ୍ଷାବିତ୍‌, ବାଗ୍ମୀ ପଣ୍ଡିତ ନୀଳକଂଠ ଦାସଙ୍କ ରଚିତ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ରେ ସାହିତ୍ୟକୁ ସମାଜ ବିକାଶର ପ୍ରକାଶ ଭାବରେ କଳନା କରାଯାଇଛି । ସମାଜର ଚଳଣି, ଚାହାଣି ଓ ଚମକର ବ୍ୟାଖ୍ୟାନପୂର୍ବକ ସମାଜ ଏବଂ ସଭ୍ୟତାର ଧାର୍ମିକ, ସାଂସ୍କୃତିକ ତଥା ଐତିହାସିକ ବିବର୍ତ୍ତନକୁ ଲେଖକ ସୂକ୍ଷ୍ମ ଭାବରେ ଅନୁଶୀଳନ କରିଛନ୍ତି । ଏହି ପୁସ୍ତକରେ ପଣ୍ଡିତ ନୀଳକଂଠଙ୍କ ପାଣ୍ଡିତ୍ୟ, ବହୁଶାସ୍ତ୍ରଦର୍ଶିତା, ସଂଭ୍ରାନ୍ତ ଶୈଳୀ, ଅସାଧାରଣ ବିଦ୍‌ବତ୍ତା ଓ ବିଶ୍ଳେଷଣଦକ୍ଷତା ପ୍ରମାଣିତ ହୋଇ ପୁସ୍ତକଟିକୁ କ୍ଲାସିକ୍‌ ମର୍ଯ୍ୟାଦା ପ୍ରଦାନ କରିଛି ବୋଲି ବିଶିଷ୍ଟ ଗବେଷକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

[Advertising]………..
================================ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ପଣ୍ଡା ପଣ୍ଡିତ ନୀଳକଂଠଙ୍କ ରଚିତ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ ପୁସ୍ତକର ଆଲୋଚନାପୂର୍ବକ କହିଛନ୍ତି ଯେ ଏଥିରେ ଆହରଣପୁଷ୍ଟ ଓଡ଼ିଆ ସଂସ୍କୃତି କିପରି ନିଜର ମୌଳିକତା ବଜାୟ ରଖି ଅସାମାନ୍ୟ ହୋଇପାରିଛି ତାହା ଦର୍ଶାଯାଇଛି । ସାରଳା ମହାଭାରତର ବିଭିନ୍ନ ରୂପକଥାର ଉଦାହରଣ ଓ ରାଜା ଇନ୍ଦଦୁ୍ୟମ୍ନଙ୍କ ବରମଗା କାହାଣୀରେ ଆମ ଜାତିର ବୈଶିଷ୍ଟ୍ୟ ପ୍ରତିଷ୍ଠିତ ହୋଇଥିବା କଥା ଲେଖକ ଦର୍ଶାଇଛନ୍ତି । ସହଜିଆ, ବୌଦ୍ଧ ଓ ଗୌଡ଼ୀୟ ବୈଷ୍ଣବମାନଙ୍କ ପ୍ରଭାବରେ ଓଡ଼ିଆ ସଂସ୍କୃତି କିପରି କଳୁଷିତ ହୋଇଥିଲା, ଲେଖକ ତା’ର କ୍ରୁର ସମାଲୋଚନା କରିଛନ୍ତି ବୋଲି ଉଲ୍ଲେଖ କରି ଡ. ପଣ୍ଡା ଏହାକୁ ଏକ ଅନନ୍ୟ ଗ୍ରନ୍ଥ ଭାବରେ ଅଭିହିତ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ବିଦ୍ୱାନ ପ୍ରଫେସର ରାଜକିଶୋର ମିଶ୍ର ପୌରୋହତ୍ୟ କରିଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ ପଣ୍ଡିତ ନୀଳକଣ୍ଠଙ୍କ ସାରସ୍ୱତ ଅବଦାନ ଓ ଅନନ୍ୟ ପାଣ୍ଡିତ୍ୟର ତୁଳନା ନାହିଁ ବୋଲି କହିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଲେଖକ, ବୁଦ୍ଧିଜୀବୀ, ଗବେଷକ, ସାହିତ୍ୟପ୍ରେମୀ ତଥା ସଂସ୍କୃତିକର୍ମୀ ସମବେତ ହୋଇଥିଲେ।

Mo sapath

Leave A Reply

Your email address will not be published.