ଭୁବନେଶ୍ୱର,ନିରପେକ୍ଷ ଖବର: ୩୦.୦୭.୨୦୧୯: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ କ୍ୱିଜ୍ ପ୍ରତିଯୋଗିତା କ୍ୱିଜ୍ ବେଲ ୨୦୧୯, ୪ର୍ଥ ସଂସ୍କରଣ ଉଡ୍ ଆପଲ ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲରେ ଆୟୋଜିତ ହୋଇଯାଇଛି । ଉଡ୍ ଆପଲ ବିଦ୍ୟାଳୟ ସମାଜରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ମହିଳା ଏବଂ ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଥିବା ସଂସ୍ଥା ଶ୍ରୀ ସାଇ ନିକେତନ ଟ୍ରଷ୍ଟ ମାଧ୍ୟମରେ କାର୍ଯ୍ୟ କରିଆସୁଅଛି । ଟ୍ରଷ୍ଟି ସିଏ ଶ୍ରୀ ଅମୂଲ୍ୟ କୁମାର ରାୟ, ଶ୍ରୀମତୀ ରିତା ବଳିଆରସିଂ ଓ ଶ୍ରୀମତୀ ସାନ୍ତା ବଳିଆରସିଂ ଏହି ଅବସରରେ ନିଜ ମତାମତ ପ୍ରଦାନ କରି କହିଥିଲେ ଯେ, ଭିନ୍ନକ୍ଷମ ପିଲାମାନଙ୍କର ମଧ୍ୟ ସମାଜରେ ସମାନ ଗୁରୁତ୍ୱ ରହିବା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା କ୍ୱିଜ୍ ବେଲ ହେଉଛି ଏକ କ୍ଷୁଦ୍ର ପ୍ରୟାସ । ଏହି କ୍ୱିଜ୍ ପ୍ରତିଯୋଗିତାରେ ୟୁନିଟ-୮ ଡିଏଭି ସ୍କୁଲର ମାଷ୍ଟର ସାଗର ଚନ୍ଦନ ଏବଂ ମାଷ୍ଟର ଅଂଶୁମାନ ସାମଲ ବିଜୟୀ ହୋଇଥିବା ବେଳେ ପ୍ରଥମ ରନର୍ସ ଅପ୍ ଡିଏଭି ସ୍କୁଲର ମାଷ୍ଟର ଜ୍ଞାନଦୀପ ପଲ୍ ଏବଂ ମାଷ୍ଟର କୌସ୍ତୁଭ ବିଶ୍ୱାସ ଏବଂ ଡିଏଭି ପବ୍ଲିକ ସ୍କୁଲ କଟକର ମାଷ୍ଟର ଆଶୁତୋଷ ଦାଶ ଏବଂ ମାଷ୍ଟର ଗୋରଖନାଥ ସାମଲ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ ।
କ୍ୱିଜ୍ ପ୍ରତିଯୋଗିତାରେ ବିଜେତାମାନଙ୍କୁ ସମ୍ମାନିତ ଅତିଥି ପ୍ରଫେସର ଡଃ ଏସ୍ଏନ୍ ମହାନ୍ତି ( ସୁପରିଟେଣ୍ଡଣ୍ଟ ଏମ୍ସ), ଶ୍ରୀ ସୁଜୟ କର (ଉପନିର୍ଦ୍ଦେଶକ ଓରମାସ୍) , ଡଃ ଜ୍ୟୋତି ରଞ୍ଜନ ପରିଡ଼ା (ରୁମାଟୋଲୋଜୀ ବିଭାଗ ମୁଖ୍ୟ, ସମ୍ ହସ୍ପିଟାଲ)ଙ୍କ ଦ୍ୱାରା ଟ୍ରଫି, ନଗଦ ରାଶି, ପ୍ରମାଣପତ୍ର ଏବଂ ମେଡାଲ ପ୍ରଦାନ କରାଯାଇଥିଲା ।
ଉଡ୍ ଆପଲ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ସମ୍ବର୍ନ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ ଅଏଲ୍ ଏବଂ ଓଏମ୍ସି ଦ୍ୱାରା ପ୍ରାୟୋଜିତ କରାଯାଇଥିଲା । କ୍ୱିଜ୍ ପ୍ରତିଯୋଗିତାରେ କ୍ୱିଜ୍ ମାଷ୍ଟର ମାନସ ନାୟକ ସଂଚାନଳ କରିଥିବା ବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ମୌସୁମୀ ମହାନ୍ତି ପରିଚାଳନା କରିଥିଲେ ।
