ଭୁବନେଶ୍ୱର,ନିରପେକ୍ଷ ଖବର: ୧୨/୦୫/୨୦୧୯
ବାତ୍ୟା ‘ଫନୀ’ରେ ପ୍ରଭାବିତ ଲୋକମାନଙ୍କ ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ୱତନ୍ତ୍ର ରିଲିଫ୍ ସହାୟତା ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଜଗତସିଂହପୁର ଜିଲ୍ଲାର ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ସଂପୃକ୍ତ ଖୁଚୁରା ବିକ୍ରେତାମାନଙ୍କ ଜରିଆରେ ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରିଲିଫ୍ ବଣ୍ଟନ କାର୍ଯ୍ୟକାରୀ କରାଯାଉଛି ।
