Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଏକଜିଟ ପୋଲ୍: ବିଜେଡ଼ି ୮୫ଟି ଆସନ ପାଇ ପୁଣି ଗଢିବ ସରକାର…

0

ନିରପେକ୍ଷ ଖବର:ଭୁବନେଶ୍ୱର, ସାଧାରଣ ନିର୍ବାଚନ ଶେଷ ହେବା ପରେ ଦେଶରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ସର୍ଭେ କରାଯାଇଛି । ଲୋକସଭା ଏକଜିଟ୍ ପୋଲ ଅନୁସାରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରୁଥିବା ବେଳେ ଓଡ଼ିଶାରେ ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ ପୋଲ୍ ଅନୁସାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତର ୫ମ ଥର ଲାଗି ସରକାର ଗଢିବେ ବୋଲି ଜଣାପଡ଼ିଛି ।ଏହି ଏକଜିଟ୍ ପୋଲ୍ ଅନୁସାରେ ବିଜୁ ଜନତା ଦଳକୁ ୮୫ଟି ଆସନ ମିଳିବ ବୋଲି ଜଣାପଡ଼ିଛି । ସେହିପରି ବିଜେପିକୁ ୨୬ଟି ଆସନ ଏବଂ କଂଗ୍ରେସକୁ ୧୧ଟି ଆସନ ମିଳିପାରିବ ବୋଲି ଏହି ଏକଜିଟ୍ ପୋଲରେ ଦର୍ଶାଯାଇଛି । ତେବେ ୨୪ଟି ଆସନରେ ଫଳାଫଳ ଅନିଶ୍ଚିତ ରହିଥିବା ଯୋଗୁଁ କେଉଁ ଦଳକୁ ଏହି ଆସନ ଯିବ ତାହା ଜଣାପଡ଼ିନାହିଁ ।
ସେହିପରି ଓଡ଼ିଶାରେ ସମୁଦାୟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୦ଟି ଏବଂ ବିଜେଡ଼ିକୁ ୧୦ଟି ଆସନ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବାର ସମ୍ଭାବନା ରହିଛି ।
ତେବେ କନକ ନ୍ୟୁଜ-ସମ୍ବାଦ ସର୍ଭେ ଅନୁସାରେ ଲୋକସଭା ନିର୍ବାଚନରେ ବିଜେପି ୬ରୁ ୯ଟି, ବିଜେଡ଼ି ୮ରୁ ୧୨ଟି ଆସନ ଅକ୍ତିଆର କରିପାରିବ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବା ଆଦୌ ନ ମିଳିପାରେ ବୋଲି ଜଣାପଡ଼ିଛି ।
ଓଡ଼ିଶାର ଲୋକସଭା ନିର୍ବାଚନ ଲାଗି ଯେଉଁ ୨୧ଟି ଆସନ ଲାଗି ଭୋଟଗ୍ରହଣ ହୋଇଥିଲା ସେଥିଲାଗି ଜାତୀୟ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଏକଜିଟ୍ ପୋଲ୍ ଫଳାଫଳ ଘୋଷଣା କରିଛନ୍ତି ।
ଋିପବ୍ଲିକ ଟିଭି ଅନୁସାରେ ବିଜେଡ଼ିକୁ ୧୧ଟି, ବିଜେପିକୁ ୧୦ଟି ଆସନ ମିଳିବ । ଏନଡ଼ିଟିଭି ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ବିଜେଡ଼ିକୁ ୧୦ଟି, ବିଜେପିକୁ ୧୦ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ । ଟାଇମ୍ସ ନାଓ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ, ବିଜେଡ଼ିକୁ ୮ଟି, ବିଜେପିକୁ ୧୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ । ନ୍ୟୁଜ୍ ୧୮ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ବିଜେଡ଼ିକୁ ୧୨ଟି, ବିଜେପିକୁ ୬ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ । ସେହିପରି ଏବିପି ନ୍ୟୁଜ୍ ଅନୁସାରେ ବିଜେଡ଼ିକୁ ୧୨ଟି ଏବଂ ବିଜେପିକୁ ୯ଟି ଆସନ ମିଳିପାରିବ ।

Mo sapath

Leave A Reply

Your email address will not be published.