Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ନିଶାଦ୍ରବ୍ୟର ଦୁରୋପଯୋଗ ବିରୁଦ୍ଧରେ ସଚେତନତା :ରାଜ୍ୟ ସରକାର

ନିଶାସକ୍ତମାନଙ୍କ ଚିକିତ୍ସା ଉଚ୍ଚ ମାନର ହେବା ସହିତ ସେମାନଙ୍କ ମନୋ-ସାମାଜିକ ଥଇଥାନର ଆବଶ୍ୟକତା ରହିଛି...

0

ଭୁବନେଶ୍ୱର ନିରପେକ୍ଷ ଖବର,୧୮/୦୨/୨୦୧୯  ରାଜ୍ୟରେ ନିଶାଦ୍ରବ୍ୟର ଚାହିଦା ଓ ନିଶାସକ୍ତ ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟାଇବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ରାଜ୍ୟ କାର୍ଯ୍ୟକାରୀ ଯୋଜନା ପ୍ରଣୟନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।
ଏହା ୨୦୧୯ରୁ ୨୦୨୩ ମଧ୍ୟରେ କାର୍ଯ୍ୟକାରୀ ହେବ । ଏଥି ନିମନ୍ତେ ସମସ୍ତ ଅଂଶୀଦାରଙ୍କ ଏକ ଦୁଇଦିନିଆ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ସ୍ଥାନୀୟ ହୋଟେଲ୍‌ରେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅୟୋଜିତ ହୋଇଯାଇଛି । ଏହି କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ହେଲା
ନିଶାସକ୍ତମାନଙ୍କ ଚିକିତ୍ସା, ପୁନର୍ବାସ, ଶିକ୍ଷା, ନିଶା ପ୍ରତିଷେଧ, ଅଂଶୀଦାରମାନଙ୍କ କ୍ଷମତା ବୃଦ୍ଧି, ଚିକିତ୍ସାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଅଂଶୀଦାରଙ୍କ ମଧ୍ୟରେ ଫଳପ୍ରଦ ସଂଯୋଜନ ପାଇଁ ରାଜ୍ୟରେ ଏକ ବିସ୍ତୃତ କାର୍ଯ୍ୟକାରୀ ଯୋଜନା ପ୍ରଣୟନ କରିବା । ଏହାକୁ ଉଦ୍‌ଘାଟନ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିତେନ ଚନ୍ଦ୍ରା କହିଲେ ଯେ ନିଶାଦ୍ରବ୍ୟର ଦୁରୋପଯୋଗ ବିରୁଦ୍ଧରେ ବ୍ୟାପକ ସଚେତନତା ସୃଷ୍ଟି
କରାଯିବା ଉଚିତ ଏବଂ ଏହା ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆବଶ୍ୟକ । ରାଜ୍ୟ ସରକାର ମଧ୍ୟ ସମସ୍ତ  ଅଂଶୀଦାରଙ୍କ କ୍ଷମତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି । ନିଶାସକ୍ତମାନଙ୍କ ଚିକିତ୍ସା ଉଚ୍ଚ ମାନର ହେବା ସହିତ ସେମାନଙ୍କ ମନୋ-ସାମାଜିକ ଥଇଥାନର ଆବଶ୍ୟକତା ରହିଛି ବୋଲି ସେ
କହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୨୨ଟି ଜିଲ୍ଲାରେ ନିଶାସକ୍ତମାନଙ୍କ ପାଇଁ ୩୪ଟି ସମନ୍ୱିତ  ପୁନର୍ବାସ କେନ୍ଦ୍ର ରହିଛି । ଏଗୁଡ଼ିକ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ । ଆଞ୍ଚଳିକ ସମ୍ବଳ ଓ ତାଲିମ କେନ୍ଦ୍ରର ତଥ୍ୟ ପ୍ରକାରେ ଗତ ତିନିବର୍ଷ ମଧ୍ୟରେ ପ୍ରାୟ ୩୮ ହଜାର ୯୯୦ ଜଣ ନିଶାସକ୍ତଙ୍କୁ ଚିକିତ୍ସା ପ୍ରଦାନ
କରାଯାଇଛି ଏବଂ ସେମାନେ ନିଶାମୁକ୍ତ ଜୀବନଯାପନ କରୁଛନ୍ତି ।
ଆଜି କର୍ମଶାଳାର ୫ଟି ବୈଷୟିକ ଅଧିବେଶନରେ ବିଷୟ ବିଶେଷଜ୍ଞମାନେ ନିଶାସକ୍ତମାନଙ୍କ  ଚିକିତ୍ସା, ମନୋବୈଜ୍ଞାନିକ ପୁନର୍ବାସ, ସର୍ବନିମ୍ନ ଯନିର ମାନ, ଗୋଷ୍ଠୀସଂପୃକ୍ତି, ସାମାଜିକ ସଂହତି,  ପରିବାରର ଭୂମିକା, ଯନି ପ୍ରଦାନକାରୀ, ଗଣମାଧ୍ୟମର ସଂପୃକ୍ତି, ନିର୍ଦ୍ଦିଷ୍ଟ ହସ୍ତକ୍ଷେପ କାର୍ଯ୍ୟକ୍ରମ ଆଦି  ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେମାନେ ନିଜର ଅନୁଭୂତି ଓ ଚିନ୍ତନ ସଂପର୍କରେ  ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ,
ଏସ୍‌ଏସ୍‌ଇପିଡ଼ି ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ମହାପାତ୍ର, ଉପଶାସନ ସଚିବ ଶ୍ରୀ ସୁଭାଷ ଷଡ଼ଙ୍ଗୀ,  ଅନୁଶାସନ ସଚିବ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ, ଜାତୀୟ ସାମାଜିକ ସୁରକ୍ଷା ସଂସ୍ଥାନର ଉପନିର୍ଦ୍ଦେଶକ  ଶ୍ରୀ ଏମ୍‌. ସୁନୀଲ କୁମାର, ଅଧିବକ୍ତା ଶ୍ରୀ ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ୍‌, ସମନ୍ୱିତ ପୁନର୍ବାସ କେନ୍ଦ୍ର,ସୁକାନ୍ତ କୁମାର ସାହୁ ଓ ସେ୍ୱଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା, ସାମାଜିକ କର୍ମୀମାନଙ୍କ ସହିତ ଅନେକ ଅଂଶୀଦାର ଅଂଶଗ୍ରହଣ କରିଥିଲେ । ବିଭାଗୀୟ ଯୁଗ୍ମ ଶାସନସଚିବ ଶ୍ରୀମତୀ ମଧୁମିତା ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.