Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିଦ୍ୟା,ବୁଦ୍ଧି ଓ ଜ୍ଞାନ ବଳରେ ଅନୁଗୋଳର ସମ୍ଭାବନାକୁ ବ୍ୟାପକ କରିବା ପାଇଁ ଯୁବପିଢିଙ୍କୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

0

• ବାଲିପଟ୍ଟା ହାଇସ୍କୁଲ ୫୦ ବର୍ଷ ପୂରଣ କରିବା ଏକ ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ
• ଏକବିଂଶ ଶତାବ୍ଦୀରେ ଶିକ୍ଷାକୁ ଯୋର୍ ଦେବା ଆମ ସମସ୍ତଙ୍କର ଦାୟିତ୍ୱ
• ଭଲ ମଣିଷ ତିଆରି କରିବା ବାଲିପଟ୍ଟା ଓ ଛେଣ୍ଡିପଦାର ସଂସ୍କାରରେ ରହିଛି
• ଅଭିଭାଷଣ ବେଳେ ନିଜ ପ୍ରେରଣା ପୁରୁଷ ବିଚାର ପରିବାରର ବରିଷ୍ଠ ପ୍ରଚାରକ ସ୍ୱର୍ଗତ କୁମାର କୃଷ୍ଣଚନ୍ଦ୍ର ରାୟଙ୍କୁ ମନେ ପକାଇଲେ କେନ୍ଦ୍ରମନ୍ତ୍ରୀ
• ପ୍ରେରଣା ପୁରୁଷଙ୍କ କର୍ମଭୂମିକୁ ଆସିବା ମୋ ପାଇଁ ବଡ ସୌଭାଗ୍ୟର ବିଷୟ
• କୋଶଳା ଠାରେ ମା’ ରାମଚଣ୍ଡୀ ପୀଠରେ ଦର୍ଶନ ସହ ବି.ଆର୍ ଆମ୍ବେଦକର ଓ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି
• ବଅଁରପାଳ ଓ ଛେଣ୍ଡିପଦା ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୦୨ ଅନୁଗୋଳ/ବାଲିପଟ୍ଟା, ଫେବୃୟାରୀ ୧୨- ଅନୁଗୋଳ ଜିଲ୍ଲା ବାଲିପଟ୍ଟା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ବିଦ୍ୟା,ବୁଦ୍ଧି ଓ ଜ୍ଞାନ ବଳରେ ଅନୁଗୋଳରେ ଥିବା ସମ୍ଭାବନାକୁ ବ୍ୟାପକ କରିବା ପାଇଁ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Blank space

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷର ଅମୃତ କାଳରେ ‘ବିକଶିତ ଭାରତ’ ପାଇଁ ସ୍ୱପ୍ନ ଦେଖିଛନ୍ତି । ଏହି କାଳଖଣ୍ଡରେ ଅନୁଗୋଳ ଭଳି ଖଣି ସମୃଦ୍ଧ ଅଞ୍ଚଳର ବିକାଶର ଦାୟିତ୍ୱ ନେବାକୁ ହେବ, ଯାହାର ଗୁରୁ ଦାୟିତ୍ୱ ଅଞ୍ଚଳର ଯୁବବର୍ଗଙ୍କ ଉପରେ ରହିଛି । ଯୁବପିଢିମାନେ କେବଳ ଚାକିରି ଅନ୍ୱେଷଣରେ ରୁହନ୍ତୁ ନାହିଁ ବରଂ ନିଯୁକ୍ତିଦାତା ହୋଇ ନିଜର ପ୍ରତିଭା ବଳରେ ଖଣି ସମ୍ଭାବନାର ଅଞ୍ଚଳକୁ ଆଗକୁ ନେବା ପାଇଁ ସଂକଳ୍ପ ନିଅନ୍ତୁ । ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ଶିକ୍ଷାକୁ ଯୋର ଦେବା ତଥା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର ଦାୟିତ୍ୱ ।

କଳା, ସାହିତ୍ୟ, ସଂସ୍କୃତି ଏବଂ ବୌଦ୍ଧିକ ସମ୍ପନ୍ନତାର ଅନନ୍ୟ ଭୂମି ହେଉଛି ବାଲିପଟ୍ଟା । ଭଲ ମଣିଷ ତିଆରି କରିବା ବାଲିପଟ୍ଟା ଓ ଛେଣ୍ଡିପଦାର ସଂସ୍କାରରେ ରହିଛି । ଏହି କାରଣରୁ ବାଲିପଟ୍ଟା ହାଇସ୍କୁଲରୁ ପାଠପଢି ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମାଜିକ ଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ନିଜ କାମକୁ ସୂଚାରୁରୂପେ ପାଳନ କରୁଛନ୍ତି । ହାଇସ୍କୁଲଟି ୫୦ ବର୍ଷ ପୂରଣ କରିବା ଏକ ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ ।

ଅଭିଭାଷଣ ବେଳେ ଶ୍ରୀ ପ୍ରଧାନ ତାଙ୍କୁ ପ୍ରେରଣା ଦେଇଥିବା ବ୍ୟକ୍ତିଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ପିଲା ଥିବା ବେଳେ ସେ ତାଙ୍କ ପ୍ରେରଣା ପୁରୁଷ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବିଚାର ପରିବାରର ବରିଷ୍ଠ ପ୍ରଚାରକ ସ୍ୱର୍ଗତ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ଠାରୁ ବାଲିପଟ୍ଟାର ସଂସ୍କାର ଶୁଣିଥିଲେ । ସେହି ପ୍ରେରଣା ପୁରୁଷଙ୍କ କର୍ମଭୂମି ତଥା ନିଜ ଗୃହ ଜିଲ୍ଲାର ଏକ ସଂସ୍କାର ଧାମ ଏବଂ ଆତ୍ମୀୟ ମାନଙ୍କ ଗ୍ରାମକୁ ଆସିବା ତାଙ୍କ ପାଇଁ ବଡ ସୌଭାଗ୍ୟର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ କୋଶଳା ଠାରେ ମା’ ରାମଚଣ୍ଡୀ ପୀଠରେ ଦର୍ଶନ କରିଥିଲେ । ସେହି ଅଞ୍ଚଳରେ ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବାସାହେବ ଡକ୍ଟର ବି.ଆର୍ ଆମ୍ବେଦକର ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବଅଁରପାଳ, ଜରାସିଂହା, କଙ୍କରାଇ, ରାଇଝରନ, କୋଶଳା, ଛେଣ୍ଡିପଦା, ପାଟକୁମୁଣ୍ଡା, ବାରମଞ୍ଚା, ଖମାର, ପଗଡିଆ, ବସନ୍ତପୁର, ତେଣ୍ଟୁଲୋଇ ଓ ବାଲିପଟ୍ଟା ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Mo sapath

Leave A Reply

Your email address will not be published.