Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ରାଜ୍ୟ ସରକାର ଜାଣି ଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି:ବିଜେପି

0

ଭୁବନେଶ୍ୱର, ନିରପେକ୍ଷ ଖବର:୨୮/୦୯/୧୯ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାର ଶସ୍ତାରେ ରାଜ୍ୟମାନଙ୍କୁ ପିଆଜ ଦେବା ପାଇଁ ଘୋଷଣା କରିଥିଲାବେଳେ ରାଜ୍ୟ ସରକାର ଏହାର ଲାଭ ଉଠାଇବାକୁ ଚାହୁଁନାହାନ୍ତି। ରାଜ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇ ପିଆଜର ମାନକ ଦେଖି ଆସିଲା ପରେ ପିଆଜ କେନ୍ଦ୍ର ସରକାରଙ୍କ ପାଖରୁ ଶସ୍ତାରେ ଦିଆଯାଉଥିବା ପିଆଜ ଅଣାଯିବ ବୋଲି କହୁଛନ୍ତି। ଏପରି ସ୍ଥିତିରେ ଓଡ଼ିଶାରେ ପିଆଜ ଦର ଦିନକୁ ଦିନ ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବୟାନ କଳାବଜାରୀଙ୍କୁ ପ୍ରୋସ୍ତ୍ରାହନ ଦେବା ଭଳି ଲାଗୁଛି। ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ଦର ଉଚ୍ଚା ରହିବ ବୋଲି ମନ୍ତ୍ରୀ ନିଜେ କହିବା ସିଧାସଳଖ ଭାବେ ଅସାଧୁ ବେପାରୀ ଓ କଳାବଜାରୀ କରି ଷ୍ଟକ୍ ରଖୁଥିବା ବେପାରୀମାନଙ୍କୁ ସୁହାଇଛି। କେନ୍ଦ୍ର ସରକାରଙ୍କ ଅନୁଦାନରେ ଏକ ପ୍ରାଇସ୍ ଷ୍ଟାବିଲିଟ ଫଣ୍ଡ୍ ଅଛି ଯାହାର ଲାଭ ସମସ୍ତ ରାଜ୍ୟ ନେଇପାରିବେ ।
ଓଡ଼ିଶା ସରକାର ଏବେ ସୁଦ୍ଧା ସେହି ଫଣ୍ଡର ଲାଭ ନେଉନାହାନ୍ତି। ରାଜ୍ୟ ସରକାର ଚାହିଁଲେ ସେହି ଫଣ୍ଡ୍ ମାଧ୍ୟମରେ ପିଆଜ କିଣି ଶସ୍ତାରେ ରାଜ୍ୟବାସୀଙ୍କୁ ଯୋଗାଇ ପାରନ୍ତେ ମାତ୍ର ରାଜ୍ୟ ସରକାର ତାହା କରୁନାହାନ୍ତି। ତା’ଛଡ଼ା କେନ୍ଦ୍ର ସରକାର ଯେବେଠୁ ସମସ୍ତ ରାଜ୍ୟକୁ ପିଆଜ ଦେବେ ବୋଲି ଘୋଷଣା କଲେଣି ଯଦି ଓଡ଼ିଶା ସରକାର ସେବେଠାରୁ କେନ୍ଦ୍ରକୁ ମାଗି ଥାଆନ୍ତେ ତାହେଲେ ଏବେ ଓଡ଼ଶାରେ ପିଆଜ ଦର ନିୟନ୍ତ୍ରଣରେ ରହିଥାଆନ୍ତା ବୋଲି ବିଜେପି କହିଛି। ସାଧାରଣ ଖାଉଟିକୁ କିଭଳି ଶସ୍ତାରେ ପିଆଜ ମିଳିବ ସେଥିପାଇଁ ରାଜ୍ୟ ସରକାର ଆଦୌ ଯତ୍ନବାନ ନାହାନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।

Mo sapath

Leave A Reply

Your email address will not be published.