Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତା ସ୍ପଷ୍ଟ କରିଛି:ବିଜେପି

0

ନିରପେକ୍ଷ ଖବର :୧୧/୦୫/୨୦୧୯,ବାତ୍ୟାର ୮ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତାଘାଟ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ଦଳ ଅଭିଯୋଗ କରିଛି।ବିଜେପି ବିଧାୟକ ଦଳ ନେତା

କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ରିଲିଫ କମିଶନରଙ୍କୁ ଭେଟି ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ରନ୍ଧାଖାଦ୍ୟ କିମ୍ବା କୌଣସି ରିଲିଫ ସାମଗ୍ରୀ ପହଞ୍ଚି ନାହିଁ ବୋଲି ଅଭିଯୋଗ କରିଛି । ବିଜେପିର ଏକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର କଣାସ ଓ ସତ୍ୟବାଦୀ ବ୍ଲକ ପରିଦର୍ଶନ କରିବାବେଳେ କ୍ଷତିଗ୍ରସ୍ତ ଲୋକମାନଙ୍କଠୁ ଏହା ଜାଣିବାକୁ ପାଇଥିଲେ। ପ୍ରଳୟଙ୍କରୀ ବାତ୍ୟାରେ ଚାଳ ଘର ଓ ଆଜବେଷ୍ଟସ ଘର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପ୍ରଭାବିତ ଲୋକେ ଖୋଲା ଆକାଶ ତଳେ ପିଲା ଛୁଆଙ୍କ ସହ ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି। ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବା ପାଇଁ ସାମାନ୍ୟ ପଲିଥିନ ନାହିଁ। ଏପରିକି ପାନୀୟ ଜଳ ମଧ୍ୟ ପାଇବା ପାଇଁ ଲୋକେ ସଂଗ୍ରାମ କରୁଛନ୍ତି। ଅଳ୍ପ କେତୋଟି ସ୍ଥାନରେ ଚୁଡ଼ା ୩୦୦ ଗ୍ରାମ ଏବଂ ରନ୍ଧା ଖାଦ୍ୟ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତା ସ୍ପଷ୍ଟ କରିଛି ବୋଲି ବିଜେପି ଅଭିଯୋଗ କରିଛି । ବାତ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ପିଇବା ପାଣି, ରନ୍ଧା ଖାଦ୍ୟ, ଟାର୍ପୋଲିନ, ମହମବତି ଆଦି ରିଲିଫ ସାମଗ୍ରୀ ଯୋଗାଇବା ସହ ରାସନ କାର୍ଡ ନଥିବା ଲୋକଙ୍କୁ ଚାଉଳ ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ବିଜେପି ଦାବି କରିଛି। ଏହାସହିତ ଯୁଦ୍ଧକାଳୀନ ଭିତ୍ତିରେ ପୁରୀ ଜିଲ୍ଲାରେ ବିଦ୍ୟୁତ ସେବା ଯୋଗାଇବାକୁ ମଧ୍ୟ ବିଜେପି ଦଳ ରିଲିଫ କମିଶନରଙ୍କୁ ଅନୁରୋଧ କରିଛି। ରାଜ୍ୟ ସରକାର ତଥ୍ୟ ଦେଲେ ଭାଙ୍ଗି ଯାଇଥିବା ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି ନେତା ସମୀର ମହାନ୍ତି, ରମାରଞ୍ଜନ ବଳିୟାରସିଂହ, ଲେଖାଶ୍ରୀ ସାମନ୍ତସିଂହାର ଓ ଅନ୍ୟ ବରିଷ୍ଠ ନେତା ପ୍ରମୁଖ ସାମିଲ ଥିଲେ।

Mo sapath

Leave A Reply

Your email address will not be published.