Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଖାରବେଳ ସ୍ୱାଇଁଙ୍କ ଘର ବାହୁଡା….

୧୯ ବର୍ଷ ନିରଙ୍କୁଶ କ୍ଷମତାରେ ଥାଇବି ଓଡିଶାକୁ ସମୃଦ୍ଧ କରିପାରିଲେ ନାହିଁ ମୁଖ୍ୟମନ୍ତ୍ରୀ : ଖାରବେଳ ସ୍ୱାଇଁ...

0

ଭୁବନେଶ୍ୱର ନିରପେକ୍ଷ ଖବର, ତା.୨୫/୦୩: ମାନ୍ୟବର ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ  ଅନୁପ୍ରାଣିତ ହୋଇ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଶ୍ରୀ ଖାରବେଳ ସ୍ୱାଇଁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦାନ କରିଛନ୍ତି । ଦଳୀୟ ଟୋପି, ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଶ୍ରୀ
ପ୍ରଧାନ ସ୍ୱାଗତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀ ଖାରବେଳ ସ୍ୱାଇଁ ହେଉଛନ୍ତି ଓଡିଶା ରାଜନୀତିର ଜଣେ ଅମୂଲ୍ୟ ରତ୍ନ ଏବଂ ତାଙ୍କ ବ୍ୟକ୍ତିତ୍ୱ ଖୁବ୍ ପ୍ରଶଂସନୀୟ । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ଶ୍ରୀ ସ୍ୱାଇଁଙ୍କୁ କେବେ ବି କୌଣସି ରାଜନୈିତିକ ଦଳର ନେତା କାର୍ଯ୍ୟକର୍ତା ଭାବେ ଗଣାଯାଇନାହିଁ । ବିଚାର ଦୃଷ୍ଟିରୁ ରାଷ୍ଟ୍ରବାଦୀ ଆନ୍ଦୋଳନରେ ଥିବା ଶ୍ରୀ ସ୍ୱାଇଁ ବିଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ ପାଇଁ ଭାରତ ଆଜି ସାରା ବିଶ୍ୱରେ ଏକ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି ଏହି କଥାକୁ ଓଡିଶା ବାସୀଙ୍କ ଆଗରେ କହି ଆସୁଥିଲେ । ଓଡିଶା ବାସୀଙ୍କର  ଇଛା ଥିଲା ଶ୍ରୀ ସ୍ୱାଇଁ ବିଜେପିରେ ସାମିଲ ହୁଅନ୍ତୁ । ଶ୍ରୀ ସ୍ୱାଇଁ ଆଜି ଦଳରେ ସାମିଲ ହେବା ଓଡିଶାରେ ଏକ ବଡ ରାଜନୈତିକ ପରିବର୍ତନର ପ୍ରତିଧ୍ୱନୀକୁ  ଧିରେ ଧିରେ ସ୍ପଷ୍ଟ କରୁଛି ।
ଏହି ଅବସରରେ ଖାରବେଳ କହିଛନ୍ତି ଯେ, ଗତ ୧୦ ବର୍ଷ ହେବ ଉତ୍କଳ ଭାରତ ଦଳକୁ ଚଲାଇଛୁ । ବିଜେଡି ସରକାରରେ ଥିବା
ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ମୁଖ୍ୟମନ୍ତ୍ରୀଙ୍କର ଅପାରଗତା ବିରୋଧରେ ଆନ୍ଦୋଳନ କରିବା ସହ ଏହି ରାଜ୍ୟ ସରକାରର ପତନ ପାଇଁ ଆପ୍ରାଣ ଉଦମ୍ୟ  କରିଆସିଛୁ । କିନ୍ତୁ ଉତ୍କଳ ଭାରତ ଏକ ଛୋଟିଆ ଦଳ ହୋଇଥିବାରୁ ବିଜେଡି ଦଳକୁ ପରାଜୟ କରିବା ଆମ ପକ୍ଷରେ ସମ୍ଭବ ନଥିଲା । ବିଜେପି ଭଳି ଗୋଟିଏ ରାଷ୍ଟ୍ରୀୟ ଦଳ ବିଜେଡି ସରକାରକୁ ହଟାଇବା ପାଇଁ ନେତୃତ୍ୱ ନେଇଥିବାରୁ ମୁଁ ନିଜ ତରଫରୁ ବିଜେପିରେ ମିଶିବାର ଆଗ୍ରହ ପ୍ରକାଶ କରିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ଶୀର୍ଷ ସ୍ତରରୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଲୋପ କରିଛି । ଏହି ୫ ବର୍ଷରେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଭାରତ ବର୍ଷକୁ ଏକ ବିଶ୍ୱଶକ୍ତିରେ ପରିଣତ କରିପାରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯  ବର୍ଷ ନିରଙ୍କୁଶ କ୍ଷମତାରେ ଥାଇବି ଓଡିଶାକୁ ସମୃଦ୍ଧ କରିପାରିନାହାନ୍ତି ଏବଂ ରାଜ୍ୟର ଗରିବ ଲୋକମାନଙ୍କର ଦୁଃଖ ଦୁର କରିପାରିନାହାନ୍ତି । ଓଡିଶାରେ
ବିଜେପି ସରକାର ଗଠନ ହେଲେ ଓଡିଶା ସମୃଦ୍ଧ ହେବା ସହ ଗରିବ ଏବଂ ମଧ୍ୟବିତ ମାନଙ୍କର ବିକାଶ ହେବ । ଆଜି ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ କୁଳମଣି ପରିଡା, ଉତ୍କଳ ଭାରତର ରାଜ୍ୟ ସଂପାଦକ ଶ୍ରୀ ହର୍ଷ ସ୍ୱାଇଁ, ମିଡିଆ ପ୍ରମୁଖ ଶ୍ରୀ ସୁରେଶ କୁମାର
ସାହୁ, ଯୁବ ସଭାପତି ଶ୍ରୀ ଜଗଦିଶ ପ୍ରଧାନ, ଯୁବ ସାଧାରଣ ସଂପାଦକ ଶ୍ରୀ ଦେବବ୍ରତ ତ୍ରିପାଠୀ, ଉତ୍କଳ ଭାରତ ବିଦ୍ୟାର୍ଥୀ ସଭାପତି ଶ୍ରୀ ପ୍ରତ୍ୟୁଷ ନାୟକ, ଭୁବନେଶ୍ୱର ସଭାପତି ନବ କିଶୋର ପ୍ରଧାନ, ଭୁବନେଶ୍ୱର ସଂପାଦକ ରବିନାରାୟଣ ଦାସ, ବାଲେଶ୍ୱର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ରାଜକୁମାର
ଦାସ, ଶ୍ରୀ କମଳାକାନ୍ତ ଦାସ, ପୁରୀ ଜିଲ୍ଲା ସଭାପତି ଶ୍ରୀ ଗଙ୍ଗାଧର ମାନସିଂହ, ରାଜ୍ୟ କାରିଣୀ ସଦସ୍ୟ ଶ୍ରୀ କୁଳମଣି ରାଉତ, ଭୋଗରାଇ ବ୍ଲକ ସଂପାଦକ ଶ୍ରୀ ଅନୁକୂଳ ଘଡେଇ, ବାଲେଶ୍ୱର ଜିଲ୍ଲା ସଂପାଦକ ଶ୍ରୀ ଅନିରୁଦ୍ଧ ପାତ୍ର, ସୋସିଆଲ ମିଡିଆ ପ୍ରମୁଖ ଶ୍ରୀ ନମିତା ରାଉତ, ବାଲେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ସୁଭାଶିଷ ପାଣିଗ୍ରାହୀ, ଭୁବନେଶ୍ୱର ଉପସଭାପତି ଶ୍ରୀ ନାରାୟଣ ଖୁଟିଂଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିର୍ମଳ ବେହେରା ଆଜି
ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ ହେବ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ହୋଇଥିବା ଏହି ମିଶ୍ରଣ ପର୍ବରେ ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ରାଜ୍ୟ କାରିଣୀ ସଦସ୍ୟ ଶ୍ରୀ ଅଶୋକ ମିଶ୍ର ଏବଂ ଭଦ୍ରକ ଜିଳ୍ଳା ସଭାପତି ଶ୍ରୀ ବଦ୍ରିନାରାୟଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.