Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଓଡ଼ିଶା ବାସୀ ଏବେ ପରିଵର୍ତନ ଚାହୁଁଛନ୍ତି :ମୋଦି…

ଭ୍ରଷ୍ଟାଚାର ରୂପୀ ଦାନବ ଶକ୍ତିଶାଳୀ ହୋଇଚାଲିଛି । ଏହାକୁ ପ୍ରଶୟ ଦଉଛି କିଏ ସ୍ପଷ୍ଟ ହେବ ଆଗକୁ।

0

ଭୁବନେଶ୍ୱର, ତା.୨୪/୧୨: ଓଡିଶାବାସୀ ବଡ ପରିବର୍ତନ ପାଇଁ ମନ ସ୍ଥିର କରିସାରିଲେଣି । ଚିଟଫଣ୍ଡରୁ ପିସି କଲଚର ଯାଏଁ
ଭ୍ରଷ୍ଟାଚାର ରୂପୀ ଦାନବ ଓଡିଶାରେ ଶକ୍ତିଶାଳୀ ହୋଇଛି । ଏ ଦାନବକୁ ଦାନାପାଣି କିଏ ଦେଉଛି ଏହି ପ୍ରଶ୍ନ ଯେତେ ସ୍ପଷ୍ଟ ହେବ, ଆଗକୁ
ବାଟ ସେତେ ସଫା ହେବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସ୍ୱାଭିମାନ ସମାବେଶରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ।
ଐତିହାସିକ ବରୁଣେଇ ପାହାଡ ତଳେ ଭାରତୀୟ ଜନତା ପାର୍ଟି ପକ୍ଷ୍ୟରୁ ଆୟୋଜିତ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବା
ବେଳେ ଶ୍ରୀ ମୋଦି କହିଛନ୍ତି କି ଓଡିଶାରେ ଏକ ନୂଆ ଚେତନାର ସ୍ୱର ଉଠୁଛି । ବୀରତା, ଶ୍ୱୋର୍ଯ୍ୟ, ସାହସ ଆଉ ପବିତ୍ର ମାଟି
ବରୁଣେଇର ପାଦ ତଳକୁ ମୁଁ ଆସି ନିଜକୁ ଧନ୍ୟ ମନେ କରୁଛି । ଚର୍କବତୀ ସର୍ମାଟ ଖାରବେଳଙ୍କ ଉତର ଦାୟାଦଙ୍କ ମାଟି, ବକ୍ସି
ଜଗବନ୍ଧୁଙ୍କ ବିରତ୍ୱର ଗାଥା ବହନ କରିଥିବା ଏହି ମାଟିରେ ମହାନତା ଭରି ରହିଛି ।
ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ସ୍ୱଚ୍ଛଭାରତ ମିଶନରେ ଓଡିଶାର ଅଗ୍ରଗତି ନାହିଁ । ଓଡିଶା
ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁତ ପଛରେ ଅଛି । ରାଜ୍ୟରେ ଡାକ୍ତର ଖାନା ଗୁଡିକରେ ଅଧା ଡାକ୍ତର ପଦବୀ ଖାଲିପଡିଛି ।
ଦରମା ପାଇଁ ଶିକ୍ଷକ ମାନଙ୍କୁ ରାଜରାସ୍ତାରେ କାହିଁକି ଆନ୍ଦୋଳନ କରିବାକୁ ପଡୁଛି । ରାଜ୍ୟରେ ଅନେକ ଭାଗରେ ପିଇବାପାଣି ମିଳୁନାହିଁ ।
ସେହିପରି ରାଜ୍ୟ ପୃଷ୍ଟିହୀନତା ମାମଲାରେ ଓଡିଶା ବହୁ ପଛରେ ପଡିଛି ବୋଲି କହି ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ମୋଦି କହିଛନ୍ତି ଜନସମାଗମ ଯେପରି ହୋଇଛି ସେଥିରୁ ଆଗାମୀ ଦିନରେ ଏକ ବଡ ପରିବର୍ତନ
ଦେଖିପାରୁଛି । ଏହି ପରିବର୍ତନ କିପରି ହୋଇପାରିବ ସେ ନେଇ ପ୍ରତ୍ୟେକଙ୍କ ପାଖରେ ପରିବର୍ତନର ବାର୍ତାକୁ ପହଁଚାଇବାକୁ ପଡିବ ।
ଓଡିଶାରେ ଚାଷୀଙ୍କ ସ୍ଥିତି ସେତେ ଭଲନାହିଁ । ଏହି ଚାଷୀଙ୍କ ସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ରରେ ଶାସନାଧୀନ ଭାଜପା ସରକାର
ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି । ଧାନ ସମେତ ୨୨ ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା ବୃଦ୍ଧି କରାଯାଇଛି । ହେଲେ
ଓଡିଶା ରାଜ୍ୟରେ ଚାଷୀ ନିର୍ଦ୍ଧାରିତ ଏମଏସପି ପାଉନାହିଁ । ଚାଷୀଙ୍କ ପ୍ରତି ସରକାର ସମ୍ବେଦନହୀନ କାରଣରୁ ଚାଷୀ ମାନେ ସମସ୍ୟାରେ

ରହିଛନ୍ତି । ଚାଷୀ ଏମଏସପି ପାଉନଥିଲାବେଳେ ଏ ଫାଇଦା କାହା ଘରକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାରଙ୍କୁ
ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ନିର୍ବାଚନ ସମୟରେ ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ କରିବାର ପ୍ରତିଶୃତି
ବିଜୁ ଜନତା ଦଳ ନିର୍ବାଚନ ଇସ୍ତାହାରରେ ଦେଇଥିଲେ ହେଲେ ମାତ୍ର ୨୨ ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇଛି । ୧୦
ଲକ୍ଷର ପ୍ରତିଶୃତି ମାତ୍ର ୨୨ ହଜାର ପୂରଣ ।
ସେହିପରି ସ୍ୱାମୀନାଥନ କମିଶନ ରିପୋର୍ଟ ଲାଗୁନେଇ ସେ କହିଥିଲେ ଯେ, ଫସଲର ଉଚିତ ଦର ଆମେ ଦେଇଛୁ । ୟୁପିଏ
ସରକାର ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ ଲାଗୁ କରୁନଥିବାବେଳେ କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ହିଁ ସେହି
ସୁପାରଶକୁ ଲାଗୁ କରିଛନ୍ତି । ଓଡିଶାର ଚାଷୀ ବୁନ୍ଦାଏ ପାଣି ପାଇଁ କାହିଁକି ଯୁଝୁଛି । ଜଳସେଚନ ଓ ମଣ୍ଡି ସମସ୍ୟା ଏଠି ଲାଗି ରହିଛି ।
ଚାଷୀ ଓ ଉପଭୋକ୍ତାଙ୍କ ମଧ୍ୟରେ ମଧ୍ୟସ୍ଥ୍ି ହଟାଇବା ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି । ଏଥିପାଇଁ ଅନଲାଇନ ବ୍ୟାକିଂ ସହ ମଣ୍ଡି
ସହ ଯୋଡାଯାଇଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ, କୃଷକ ମାନଙ୍କର ଆୟ ବୃଦ୍ଧି ପାଇଁ କୁକୁଡା, ମାଛ ଚାଷ ପ୍ରତି ଧ୍ୟାନ ଦିଆଯାଇଛି । ଏହି ଚାଷ ପାଇଁ
୭୫୦୦ କୋଟିଟଙ୍କାର ପାଣ୍ଠି ଗଠନ ହୋଇଛି । ମାଛ ଚାଷ ପାଇଁ କମ୍ ସୁଧରେ ଋଣ ପ୍ରଦାନ କରାଯାଉଛି । ଓଡିଶାର ତାର ସୁବିଧା
ନେବା ଦରକାର । ରାଜ୍ୟ ସରକାର ଓଡିଶା ଚାଷିମାନେ କିପରି ଏହାର ଲାଭ ପାଇପାରିବେ ସେ ଦିଗରେ କାମ କରିବା ଆବଶ୍ୟକ ।
ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଆୟୁଷ ଯୋଜନା କଥାକୁ ମଧ୍ୟ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ
ଯୋଜନାରେ ଓଡିଶାକୁ କଣ ପାଇଁ ଯୋଡାଯାଉନାହିଁ । ଯଦି ଯୋଡାଯାଆନ୍ତା ତାହାହେଲେ ସାଧାରଣ ଗରିବ ମାନେ ଉପକୃତ
ହୋଇପାରନ୍ତେ । ଏହି ଯୋଜନାରେ ୫ ଲକ୍ଷ ଟଙ୍କା ସହାୟତା ମିଳୁଛି । ଏହି ଯୋଜନା ଲାଗୁ ହେବାପର ଠାରୁ ଦେଶର ୬ ଲକ୍ଷ ଲୋକ
ଉପକୃତ ହୋଇସାରିଲେଣୀ । କିନ୍ତୁ ଓଡିଶା ସରକାର ଏଯାଏଁ ଏ ଯୋଜନାକୁ ଲାଗୁ କଲେ ନାହିଁ । ବାହାରେ ରହୁଥିବା ଓଡିଆ
ଲୋକମାନେ ଏ ସୁବିଧାରୁ ବଂଚିତ ହେଉଛନ୍ତି ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଆଉ ୫ଟି ମେଡିକାଲ କଲେଜକୁ ମଞ୍ଜୁରି ମିଳିଛି । ଆଜି ଇଏସଆଇ ହସପିଟାଲର
ଆଧୁନିକୀକରଣ କରାଯିବା ସହ ଏହାର ଶଯ୍ୟାକୁ ଦୁଇଗୁଣା ବୃଦ୍ଧି କରାଯାଇଛି । ଜଳମାର୍ଗର ପରିବହନ ପାଇଁ କେନ୍ଦ୍ର ସରକାର କାମ
କରୁଛନ୍ତି । ଏଥିପାଇଁ ୪ ହଜାର କୋଟିର ବ୍ୟବସ୍ଥା ହୋଇଛି । ଓଡିଶାରେ ଅନେକ ନଦୀ ଅଛି ସେଠାରେ ମଧ୍ୟ ଜଳମାର୍ଗ ବ୍ୟବସ୍ଥା
କରାଯାଉଛି ବୋଲି ମୋଦି କହିଛନ୍ତି ।
ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ
ଓରାମ, ଓଡିଶା ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗୋ,
କେନ୍ଦ୍ରୀୟ ସମ୍ପାଦକ ସୁରେଶ ପୁଜାରୀ, ରଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଧାୟକ ବିଭୁତି ଭୂଷଣ
ହରିଚନ୍ଦନ, ପ୍ରତାପ ଷଡଙ୍ଗୀ, ସୁରମା ପାଢୀ, ମନମୋହନ ସାମଲ, ବିଷ୍ଣୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 

Mo sapath

Leave A Reply

Your email address will not be published.