Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବି.ଜେ.ଇ.ଏମ୍‌. ସ୍କୁଲର ୫୦ତମ ପ୍ରତିଷ୍ଠା ଦିବସ (ସୁବର୍ଣ୍ଣ ଜୟନ୍ତୀ) ଇନ୍‌ସେପ୍‌ସନ୍‌-୨୦୨୩ ଅନୁଷ୍ଠିତ

0

ଭୁବନେଶ୍ୱର,ନିରପେକ୍ଷ ଖବର ତା: ୧୫/୦୧ : ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୫୦ ତମ ପ୍ରତିଷ୍ଠା ଦିବସ ଇନ୍‌ସେପ୍‌ସନ୍‌-୨୦୨୩ ମହାସମାରୋହରେ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶାନ୍ତି ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର ବିଦ୍ୟାଳୟର ପଚାଶ ବର୍ଷର ଗୌରବ କଥା ବର୍ଣ୍ଣନା ସହ ପିଲାମାନଙ୍କର ସର୍ବାଙ୍ଗୀନ ଗୁଣର ବିକାଶ ତଥା ସଂସ୍କୃତି, ପରମ୍ପରାର ବିକାଶ ନିମନ୍ତେ ପିଲାମାନଙ୍କର ଉଦ୍ୟମ ପାଇଁ ପ୍ରଶଂସା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ବିଦ୍ୟାଳୟର ୫୦ ବର୍ଷର ଇତିହାସ ବର୍ଣ୍ଣନା କରି ପ୍ରତିଷ୍ଠାତା ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ସହ ସମସ୍ତଙ୍କୁ ତ୍ୟାଗ, ସଂଯମତା ଶିଖି ଶୈକ୍ଷିକ ବିକାଶ ଓ ଆନୁଷ୍ଠାନିକ ଉନ୍ନତିରେ ବ୍ରତୀ ହେବାକୁ କହିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଉପ-ପରିଚାଳକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ନାୟକ ବିଦ୍ୟାଳୟର ଗୌରବମୟ ଅଧ୍ୟାୟ ତଥା ପିଲାମାନଙ୍କୁ ବିଦ୍ୟାଳୟର ଗର୍ବ ଓ ଗୌରବ ହେବାକୁ ଉଦ୍‌ବୋଧିତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଡ. ଅଶ୍ୱିନୀ
ତିୱାରୀ ମଣିଷର ସହନଶୀଳତା ଓ ମୂଲ୍ୟବୋଧ ଶିକ୍ଷା ତା’ ସହ ଜଡ଼ିତ ବୋଲି ମତ ଦେବା ସହ ବିଦ୍ୟାଳୟର
ଏକ ଅଂଶ ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା
ଜେନା ବିଦ୍ୟାଳୟର ୫୦ ବର୍ଷର ଗୌରବମୟ କଥା ମାଧ୍ୟମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ଶିକ୍ଷାଳୟର ନୈତିକ ଓ ସାଂସ୍କୃତିକ ଉନ୍ନତିରେ ସମସ୍ତଙ୍କର
ଭୂମିକା ସମ୍ପର୍କରେ ବୁଝାଇ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ଓ ମହାରାଷ୍ଟ୍ରର ଐତିହ୍ୟ ସଂସ୍କୃତିକୁ ଆଧାର
କରି ଏହି ଉତ୍ସବରେ ଓଡ଼ିଶା ଓ ମହାରାଷ୍ଟ୍ରର ନୃତ୍ୟ ତଥା ଏକ ଭାରତ ଶ୍ରେଷ୍ଠ ଭାରତ ଚିନ୍ତନରେ ସଂସ୍କୃତି
ପରମ୍ପରାଜନିତ ନଗର ପରିକ୍ରମା, କଳସଯାତ୍ରା, କୋଲି, ଛଉ, ଲାବଣୀ, ସମ୍ବଲପୁରୀ, ଓଡ଼ିଶୀ, ମାହାରୀ, ଦୋଳ, ପାଇକନୃତ୍ୟ, ଚକୁଳିଆପଣ୍ଡା ଆଦି ଜୀବନ୍ତ ପ୍ରକଳ୍ପ ସହ ଅନେକ ସୃଜନାତ୍ମକ ପ୍ରକଳ୍ପ ବେଶ୍ ଉପଭୋଗ୍ୟ ଥିଲା । ମହାରାଷ୍ଟ୍ର ଓ ଓଡ଼ିଶାର ଖାଦ୍ୟକୁ ନେଇ ପିଲାମାନଙ୍କ ଦ୍ୱାରା ଖାଦ୍ୟ ଷ୍ଟଲ କରାଯାଇଥିଲା। ପରିଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିରେ ବି.ଜେ.ଇ.ଏମ୍‌. ସ୍କୁଲ-୨ର ଅଧ୍ୟକ୍ଷା ଶ୍ରୀମତୀ ଅଳକା ମହାନ୍ତି, ପରିଚାଳନା କମିଟିର ସଦସ୍ୟବୃନ୍ଦ, ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ, ଶ୍ରୀମତୀ ଶିବାନୀ ପଟ୍ଟନାୟକ, ଶ୍ରୀମତୀ ସ୍ମିତାଡ଼ ମହାନ୍ତି, ଶ୍ରୀମତୀ ସୁଚରିତା ଦାସ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା, ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Mo sapath

Leave A Reply

Your email address will not be published.