Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କରୋନା ପାଇଁ ୪୮ ଘଣ୍ଟା ଘରୁ ବାହାରି ପାରିବେନି ଭୁବନେଶ୍ୱର,କଟକ ଓ ଭଦ୍ରକ ବସିନ୍ଧା

0

ଭୁବନେଶ୍ୱର, ନିରପେକ୍ଷ ଖବର: ୩/୪: ଲକ ଡାଉନ୍‌ ସମୟରେ  ଭୁବନେଶ୍ୱର,କଟକ ଓ ଭଦ୍ରକ ବାସୀ କେହି ବି ଘରୁ ବହାରିପାରିବେନି। ଲକ ଡାଉନ ନିୟମକୁ ଅଧିକ କଡ଼ାକଡ଼ି କଲେ ରାଜ୍ୟ ସରକାର । ଆଗାମୀ ୪୮ ଘଣ୍ଟା ପାଇଁ ଭଦ୍ରକ ଟାଉନ୍ ଓ ରାଜଧାନୀ ଭୁବନେଶ୍ୱର,କଟକକୁ ପୂରାପୂରି ସଟ୍ ଡାଉନ୍‌ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ । ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ ଯାଏଁ ଭଦ୍ରକ ଟାଉନ୍‌ ଓ ଭୁବନେଶ୍ୱର,କଟକ କୁ ସଟ୍‌ ଡାଉନ୍ ଘୋଷଣା କଲେ । ଲକ୍ ଡାଉନ୍‌ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀଦୋକାନ ଖୋଲା ରହିଥିବା ବେଳେ ସଟ୍ ଡାଉନ୍ ସମୟରେ ଏହି ସବୁ ଦୋକାନ ବନ୍ଦ ରହିବ । ଅର୍ଥାତ ତେଜରାତି ଦୋକାନ, ମାଛ, ମାସଂ, କ୍ଷୀର ଦୋକାନ ବନ୍ଦ ରହିବ । ମାତ୍ର ଅଳ୍ପ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିବକୁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ। ଦୋକାନ ବନ୍ଦ ରହିବ। କେଉଁ ଅଞ୍ଚଳରେ କେତୋଟି ଦୋକାନ ଖୋଲା ରହିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ମେଡିକାଲ ସେବା ସ୍ୱାଭାବିକ ରହିବ । କିନ୍ତୁ ଛୋଟ ରୋଗ ପାଇଁ ବାହାରକୁ ନ ଆସିବ ପାଇଁ ନିବେଦନ କରିଛନ୍ତି ପୋଲିସ ଡିଜି ଅଭୟ । ଯଦି ଆପଣଙ୍କ କୌଣସି ସ୍ୱାସ୍ଥ୍ୟଗତ ଏମରଜେନ୍ସି ରହିଛି ତେବେ ଆପଣ ଆମ୍ୱୁଲାନ୍ସ ବ୍ୟବହାର କରିପାରିବେ । ଏ ନେଇ ଭୁବନେଶ୍ୱରରେ ଆମ୍ୱୁଲାନ୍ସ ସଂଖ୍ୟାକୁ ବଢ଼ାଇ ଦିଆଯାଇଥିବା ଜଣାପଡିଛି। ତେବେ ଲକ୍‌ଡାଉନ୍‌ ସମୟରେ ଦିଆଯାଇଥିବା ପାସ୍ ସଟଡାଉନ୍ ସମୟରେ ଲାଗୁ ହେବ ନାହିଁ । ସଟଡାଉନ୍‌ ପାସ୍‌ ନେଇ ସ୍ୱତନ୍ତ୍ର ଭାବେ ଆବେଦନ କରିବାକୁ ପଡ଼ିବ । ୧୦୦ ନମ୍ୱରରେ କଲ୍ କରି ଭୁବନେଶ୍ୱରରେ ସଟ୍ ଡାଉନ୍‌ ପାସ୍‌ ପାଇଁ ଆବେଦନ କରିପାରିବେ ଏବଂ ଭଦ୍ରକ ଟାଉନ୍‌ରେ ସଟ୍ ଡାଉନ୍‌ ପାସ୍‌ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି।

Mo sapath

Leave A Reply

Your email address will not be published.