Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଓଡ଼ିଶା କୃଷି ଉତ୍ପାଦନ କ୍ଲଷ୍ଟର ପକ୍ଷରୁ ‘ଚାଷର ସମୃଦ୍ଧି ନିମନ୍ତେ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ କର୍ମଶାଳା….

0

ଭୁବନେଶ୍ୱର,ନିରପେକ୍ଷ ଖବର: ୦୫ ଅଗଷ୍ଟ, ୨୦୧୯ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ଓ ବଜାରର ଆବଶ୍ୟକତା ଉପଲବ୍ଧ କରି କେଉଁ କୃଷି କାର୍ଯ୍ୟ କଲେ ଅଧିକ ଉପଯୁକ୍ତ ହେବ ସେ ବିଷୟରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଓ ଦୀର୍ଘ ମିଆଦି ଯୋଜନା ମାଧ୍ୟମରେ ବଜାରର ଚାହିଦା ଅନୁଯାୟୀ ଫଳ ଓ ପନିପରିବା ଚାଷ ବିଷୟରେ କୃଷକମାନଙ୍କ ଆଗ୍ରହୀ କରିବାକୁ ପଡ଼ିବ । କୃଷକମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଜ୍ଞାନକୌଶଳ ଓ ବଜାର ସୁବିଧା ଯୋଗାଇଦେବା ପାଇଁ ‘ଭାରତ ରୁରାଲ ଲାଇଭ୍‌ଲିହୁଡ଼୍‌ ଫାଉଣ୍ଡେସନ୍‌’ ଓ ‘ପ୍ରଦାନ’ ସହଯୋଗରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ଓ ଏହା ଦ୍ୱାରା ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ପକ୍ଷରୁ ‘ଚାଷର ସମୃଦ୍ଧି ନିମନ୍ତେ
ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଏହି ପ୍ରକଳ୍ପରେ ଢିପ ଜମି ଥିବା ଜନଜାତିବହୁଳ ୧୨ଟି ପଛୁଆ ବ୍ଲକ୍‌ରେ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ଏହି ଯୋଜନାରେ ୪ ବର୍ଷରେ ମୋଟ ୪୦୧.୬ କୋଟି ଟଙ୍କା ବ୍ୟୟ କରାଯିବ ।ଏହି ପ୍ରକଳ୍ପରେ ଫଳ ଓ ପନିପରିବା ଚାଷ କରିଥିବା କୃଷକମାନଙ୍କୁ ଆନୁଷଙ୍ଗିକ ବଜାର ସୁବିଧା ଯୋଗାଇ ଦିଆଯିବ । ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଉତ୍ପାଦିତ କୃଷି ଦ୍ରବ୍ୟକୁ ମୂଲ୍ୟଯୁକ୍ତ ଓ ପ୍ରାମାଣୀକରଣ କରାଯିବ ଯଦ୍ଦ୍ୱାରା କୃଷକମାନଙ୍କ ଆୟ ବହୁଗୁଣିତ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସୂଚନା ଯୋଗ୍ୟ ଯେ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ସେ୍ୱଚ୍ଛାସେବୀ ଅନୁଷ୍ଠାନ, ‘ଭାରତ ରୁରାଲ୍‌ ଲଇଭ୍‌ଲିହୁଡ଼୍‌ ଫାଉଣ୍ଡେସନ୍‌’ ଓ ‘ପ୍ରଦାନ’ ମିଳିତ ଉଦ୍ୟମରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପଟି ରାଜ୍ୟରେ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ, ଓର୍‌ମାସ୍‌ର ଯୁଗ୍ମ ସିଇଓ ସୁଜୟ କର, ଭାରତ ରୁରାଲ ଲାଇଭଲିହୁଡ଼୍‌ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମଥେସ୍‌ ଅମ୍ବାସ୍ତା ଓ ‘ପ୍ରଦାନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ସାହାନୀ ପ୍ରମୁଖ କର୍ମଶାଳାରେ ଅଂଶଗ୍ରହଣ କରି କହିଲେ ଯେ, ଏହି ଯୋଜନା ମାଧ୍ୟମରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଓ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବ । ଏହି ଉତ୍ପାଦକ ଗୋଷ୍ଠୀଗୁଡ଼ିକ ସମନ୍ୱିତ
ଓ ମିଳିତ ଭାବେ ଉଦ୍ୟାନ କୃଷିଭିତ୍ତିକ ଉତ୍ପାଦନ କରିବେ  ସେହିପରି ୭୫୦ ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀଙ୍କ
ଦକ୍ଷତା ବୃଦ୍ଧି କରାଯିବ । ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ଯୋଜନା ଅନ୍ତର୍ଗତ ସ୍ଥାୟୀ ଭାବରେ ୪୦ ପ୍ରତିଶତ
ଜମିରେ ବିନା କୀଟନାଶକ ଫସଲ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଚାଷୀମାନଙ୍କ ଜୀବିକା ବୃଦ୍ଧି ନିମନ୍ତେ କ୍ଲଷ୍ଟରଗୁଡ଼ିକରେ ୪୦ ହଜାର ପରିବାରଙ୍କୁ ଆନୁଷଙ୍ଗିକ କୃଷି ଯଥା ଛେଳି ଓ କୁକୁଡ଼ା ଆଦି ପାଳନ ପାଇଁ ସହାୟତା ପ୍ରଦାନ କରାଯିବ । ଜୀବିକା ବୃଦ୍ଧି ନିମନ୍ତେ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୧୬ ହଜାର ଏକର ଜମିରେ ଜଳସେଚନ, ୮ ହଜାର ଏକର ଜମିରେ ଫଳ ଚାଷ, ୭୦ ହଜାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ସୁବିଧା ଯୋଗାଇ ଦିଆଯିବ । ଏଥି ସହିତ କର୍ମଶାଳାର କୃଷି ଉତ୍ପାଦନ ବଜାରୀକରଣରେ ନିୟୋଜିତ ୧୦ ଗୋଟି ସଂସ୍ଥା ଯଥା ମଦର ଡାଏରୀ, ସେଫ୍‌ ହାରଭେଷ୍ଟ, ଏକେଏମ୍‌ ଗ୍ରୁ«, ଏନ୍‌ଇଏମ୍‌ଏଲ୍‌, ଏସ୍‌୪ ଏସ୍‌ ଟେକ୍‌ନୋଲୋଜିସ୍‌, ସମୁନ୍ନତି, କ୍ରପ୍‌ଇନ୍‌, ଆାରେଞ୍ଜ ଫ୍ରେସ୍‌, ଓଡିଶା ଅରଗାନିକ୍‌ ହବ୍‌ ଓ ଇଫ୍‌କୋ କିଶାନ୍‌ର ପ୍ରତିନିଧିଙ୍କ ଓ ୧୭ଟି ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Mo sapath

Leave A Reply

Your email address will not be published.