Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଲକ୍ଷ୍ମୀପୁରାଣର ବିଶ୍ବବ୍ୟାପି ପ୍ରଚାର ଓ ପ୍ରସାର ନିମନ୍ତେ ‘ଶ୍ରୀ ଉତ୍ସବ’ର ଅଭିନବ ପ୍ରୟାସ

0
Advertising:

ଭୁବନେଶ୍ବର,(ନୀରପେକ୍ଷଖବର):୫/୧୨/୧୯:ମହିଳା ସଶକ୍ତି କରଣ, ଜାତିପ୍ରଥା, ସୂଛତା ଓ ଦକ୍ଷତା ଇତ୍ୟାଦି ସାମାଜିକ ବାର୍ତ୍ତା ବହନ କରୁଥିବା ବଳରାମ ଦାସଙ୍କ ଦ୍ବାରା ରଚିତ ଲକ୍ଷ୍ମୀପୁରାଣର ବିଶ୍ବବ୍ୟାପି ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଉତ୍ସବର ଉତ୍ସଵ ଆଜି ସହୀଦ୍ ନଗର ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ୧୦୦ରୁ ଉର୍ଦ୍ଧ ମହିଳା ସାଙ୍ଗହୋଇ ଏକାଠି ବସି ସମାନ ବସ୍ତ୍ର ପରିଧାନ କରି ସାମୁହିକ ଭାବରେ ଲକ୍ଷ୍ମୀପୁରାଣ ପାଠ କରିଥିଲେ। ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ସହିତ ଶାନ୍ତି, ସଂହତି ଓ ଭାଇଚାରାର ନିଦର୍ଶନର ଏକ ଉଦାହରଣ ସୃଷ୍ଟି କରିଥିଲା। ଗତ ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଭୁବନେଶ୍ବର ବ୍ୟତିତ ବାରିପଦା, ବାଲେଶ୍ୱର,

Blank space

ଭଞ୍ଜନଗର, କଟକ, ପାରାଦୀପ ଓ ବିଭିନ୍ନ ରାଜ୍ୟ ତଥା ଦେଶବିଦେଶରେ ମଧ୍ୟ ଏହି ଶ୍ରୀ ଉତ୍ସବ ପାଳନ କରାଯାଉଛି । ଝୋଟି, ଚିତା ଓ ଓଡ଼ିଆ ପିଠା ପଣାର ପ୍ରତିଯୋଗିତା ସହିତ ଚିତ୍ର ମାଧ୍ୟମରେ ଲକ୍ଷ୍ମୀ ପୁରାଣରେ ଥିବା ସାମାଜିକ ବାର୍ତ୍ତାକୁ ସମଗ୍ର ବିଶ୍ବରେ ପରିଚିତ କରାଇବା ସହିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରି ରଖିବାକୁ ଏହିଭଳି ପ୍ରୟାସ କରାଯାଉଛି ବୋଲି ଅନୁଷ୍ଠାନର ମୁଖ୍ୟ ଆବାହକ ପିନାକୀ ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ମା ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଅଣାଯାଇଥିଲା। ଏହି ଶ୍ରୀ ଉତ୍ସବର ସଫଳତା ପାଇଁ ଶ୍ରୀ ଉତ୍ସବର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଏବଂ ସହଯୋଗର ହାତ ବଢାଇଥିବା ସମସ୍ତ ଜଗନ୍ନାଥ ପ୍ରେମୀ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ସେ ସାଧୁବାଦ ଜଣାଇବା ସହିତ ଆଗାମୀ ଡିସେମ୍ବର ୧୯ ତାରିଖରେ ହେବାକୁଥିବା ଶ୍ରୀ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ବହୁସଂଖ୍ୟାରେ ଯୋଗଦେଇ ଉତ୍ସାହିତ କରି ଲକ୍ଷ୍ମୀ ପୁରାଣର ପ୍ରଚାର ଓ ପ୍ରସାର ପାଇଁ ସହଯୋଗର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ଅରୁପ୍ ପଟନାୟକ,ଦୀପକ ବେହେରା ଓ ଅନ୍ୟାନ୍ୟ ଅତିଥି ଯୋଗଦେଇଥିଲେ।
ଉତ୍ସଵର ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର ଓ ଜଗଦାନନ୍ଦଙ୍କ ସୁଚିନ୍ତିତ ମାର୍ଗ ଦର୍ଶନ ଓ ଜୟଶ୍ରୀ ମହାପାତ୍ର, ଅରବିନ୍ଦ ଅଗ୍ରୱାଲ, ଡଃ ରୀନା ରାଉତରାୟ, ଡଃ ଚିଦାମ୍ବିକା ଖଟୁଆ, ମହେଶ ଗଜାନୀ, ଜୟଶ୍ରୀ ମହାପାତ୍ର, ସ୍ଵପ୍ନଜିତ ଜ୍ୟୋସ୍ନା ପରିଡା, ପ୍ରଶାନ୍ତ ରାୟ, ସଞ୍ଜିବ ଲୋରା ମହାପାତ୍ର , ଶାଶ୍ବତୀ ମିଶ୍ର, ନମସ୍ୟା ନାୟକ, ସ୍ଵପୂଜତ ନାୟକ, ଦିଲ୍ଲୀପ ସାମନ୍ତରାୟ, ମନ୍ଦାକିନୀ କର, ସ୍ବରୁପ ଦାସ, ଶୁଭଶ୍ରୀ ତ୍ରୀପାଠି, ଦିଲ୍ଲୀପ ସାମନ୍ତରାୟ, ନାରାୟଣ ମହାନ୍ତି, କବିତା ଅଗ୍ରୱାଲ, ସରସ୍ବତୀ ପଣ୍ଡାଙ୍କ ସମେତ ପ୍ରମୁଖ କର୍ମକର୍ତ୍ତା ମାନଙ୍କର ପ୍ରତ୍ୟେକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Mo sapath

Leave A Reply

Your email address will not be published.