Blank space
Blank space
Breaking News/ମୁଖ୍ୟ ଖବର:
ବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ
Blank space

ତରବରିଆ ଭାବେ ବିପିୟୁଟି କର୍ତ୍ତୃପକ୍ଷ ଚତୁର୍ଥ ବର୍ଷର ଅଷ୍ଟମ ସେମିଷ୍ଟାର ପରୀକ୍ଷା କରାଉଥିବା ଅଭିଯୋଗ

0

ଛାତ୍ରଛାତ୍ରୀ ମାନଙ୍କୁ ନିଜ କଲେଜରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉ 

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିପିୟୁଟି କତୃପକ୍ଷ ଯେଉଁଭଳିଭାବେ ଅଣଦେଖା କରୁଛନ୍ତି ଏହାକୁ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗନାଇଜେସନ୍(ଏ.ଓ.ଟି.ଏସ୍.ଓ) ଛାତ୍ର ସଂଘ ପକ୍ଷରୁ ଦୃଢ଼ ବିରୋଧ

Blank space

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୧/୦୬ ଆଜି ବିପିୟୁଟି ର ଚତୁର୍ଥ ବର୍ଷ ଅଷ୍ଟମ ସେମିଷ୍ଟାର ପରୀକ୍ଷା କାର୍ଯ୍ୟସୂଚୀକୁ ପୁନର୍ବିଚାର ପାଇଁ  ଏଓଟିଏସ୍ଓ ଛାତ୍ର ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଯାଇଛି ଜୁନ ଶେଷ ସପ୍ତାହରେ ଶେଷ ବର୍ଷର ଛାତ୍ର ଛାତ୍ରୀଙ୍କ ପରୀକ୍ଷା ହେବବୋଲି ବିପିୟୁଟି କର୍ତ୍ତୃପକ୍ଷ ସୂଚନା ଦେଲାପରେ ଏହାକୁନେଇ ଛାତ୍ର ଛାତ୍ରୀ ମୋହୋଲରେ ଅସନ୍ତୋଷ ଦେଖାଦେଇଛି । ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଜେସନ୍(ଏଓଟିଏସ୍ଓ) ଏହାର ପ୍ରତିବାଦ କରି କହିଛି, କରନା ପାଇଁ ଜୁନ୍ ଓ ଜୁଲାଇ ମାସ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହୁଛନ୍ତି କିନ୍ତୁ ବିପିୟୁଟି କତୃପକ୍ଷ ଜୁନ୍ ମାସରେ ପରୀକ୍ଷା ଆରମ୍ଭ କରିବାକୁ କହିବା ଆଶ୍ଚର୍ଯ୍ୟଜନକ । ଓଡ଼ିଶା ଭିତରେ ଏପର୍ଯ୍ୟନ୍ତ ଯାତାୟତ ସ୍ଵଭାବିକ ହୋଇନାହିଁ । ରାଜ୍ୟ ବାହାରୁ ବହୁତ ଛାତ୍ର ଛାତ୍ରୀ ଏଠାରେ ରହି ପାଠ ପଢୁଛନ୍ତି ସେମାନେ କୌଣସି ପରିସ୍ଥିତିରେ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ । ପୁଣି ହଷ୍ଟେଲରେ ଛାତ୍ର ଛାତ୍ରୀ ରହିପରିବେନି ବୋଲି କଟକଣା କରାଯାଇଛି । କିନ୍ତୁ ଅନ୍ୟ ପକ୍ଷରେ ବିପିୟୁଟି କତ୍ତୃପକ୍ଷ ସୂଚନା ଦେଇଛନ୍ତି ପରୀକ୍ଷା ଜୁନ୍ ଶେଷ ସପ୍ତାହରେ ଆରମ୍ଭ ହୋଇ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସରିବ ନିଜ ଜିଲ୍ଲାରେ ପରୀକ୍ଷାର୍ଥୀ ପରିକ୍ଷାଦେବେ, କଲେଜ ହଷ୍ଟେଲରେ ରହିପାରିବେନି ଛାତ୍ରଛାତ୍ରୀ ତେଣୁ ବିହାର, ଛତିଶଗଡ, କଲିକତା,ଓଡ଼ିଶା ବାହାରର ଇଞ୍ଜିନିୟରିଂ ପଢୁଥିବା ଛାତ୍ରଛାତ୍ରୀ ସେମାନେ କିଭଳି ପରୀକ୍ଷା ଦେବେ ସେ ନେଇ ଏବେ ଚିନ୍ତାରେ। ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ବିପିୟୁଟି କତୃପକ୍ଷ ଯେଉଁଭଳିଭାବେ ଅଣଦେଖା କରୁଛନ୍ତି ଏହାକୁ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ଅର୍ଗନାଇଜେସନ୍ (ଏ.ଓ.ଟି.ଏସ୍ଓ ) ଛାତ୍ର ସଂଘ ଦୃଢ଼ ବିରୋଧ କରୁଛି । ଛାତ୍ର ସଂଘର ଦାବି ବିପିୟୁଟିର କୁଳପତିଙ୍କୁ ପରୀକ୍ଷାକୁ ଘୁଞ୍ଚାଯାଉ ଓ ଆଗକୁ ନୂତନ ନୋଟିସ୍ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ କଲେଜରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉ ନୋଚେତ୍ ସମସ୍ତ ଇଞ୍ଜିନିୟରିଂ କଲେଜରେ ସମସ୍ତ ଛାତ୍ରଛାତ୍ରୀ ପରିକ୍ଷାରୁ ଓହୋରି ରହିବେ ଓ ଛାତ୍ରସଂଘ ଉଚିତ୍ ଜବାବ ଦେବ ବୋଲି ଛାତ୍ରସଂଘ ର ପୂର୍ବତନ ସଭାପତି ଦିପ୍ତେନ୍ଦୁ ଚୌଧୁରୀ, ରାଜେଶ୍ କୁମାର ନାୟକ, ପୂର୍ବତନ ସାଧାରଣ ସମ୍ପାଦକ ଦେବାଶିଷ ଦାସ, ପୂର୍ବତନ  ଉପସଭାପତି ରାଜୀବ ଲୋଚନ ମହାନ୍ତି, ଜୋନାଲି କବି, ଆଦିତ୍ୟ ଚୈତନ୍ୟ ସାମଲ ଓ ଛାତ୍ର ନେତା ସନ୍ଦୀପ ସ୍ୱାଇଁ ,ଜ୍ୟୋତିରଂଜନ ପାଲ, ଜିଜ୍ଞାଶୁ ସାହୁ, ଆନନ୍ଦ ଦିବ୍ୟଜ୍ୟୋତି ଧଳ ,ଆଶିଷ ଜେନା, ଅଶ୍ମିଁନ୍ ଆନନ୍ଦ,ସୁଧାଂଶୁ ରଞ୍ଜନ ସାହୁ,ପ୍ରିତମ କୁମାର ସାହୁ, ଦେବାଶିଷ ମହାନ୍ତି,ସତ୍ୟରଞ୍ଜନ ଜେନା, ସାରଥୀ ଦାସ, ଅନିଶା ପ୍ରଧାନ, ମନୀଷ ସାମଲ, ସ୍ମୃତିଅମୃତ୍, ଅର୍ଦ୍ଦେନ୍ଦୁ ଶେଖର ପ୍ରେସ୍ ବିଜ୍ଞପ୍ତି ରେ  ଜଣାଇଛନ୍ତି ।

Advertisement
Mo sapath

Leave A Reply

Your email address will not be published.