Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଦୋଷ କରିବ ଜଣେ, ଦଣ୍ଡ ପାଇବ ଆଉ ଜଣେ..

ବାସୁଦେବପୁର ପୁଲିସର ଏବେ ନିର୍ଦୋଷଙ୍କୁ ଗିରଫ କରି ତାଙ୍କ ନାମରେ 307 ଭଳି ସଙ୍ଗିନ ଦଫା ବିନା ତଦନ୍ତରେ ଲଗେଇବା ନିତିଦିନିଆ ହୋଇଗଲାଣି :ବୁଦ୍ଧିଜୀବୀ

0

ଭୁବନେଶ୍ୱର ନିରପେକ୍ଷ ଖବର: ତା:୦୭/୦୨/୨୦୧୯   ଭଦ୍ରକ ଅଞ୍ଚଳର ଜଣେ ପରଉପକାରୀ  ଓ  ଯୁବ ସମାଜସେବୀ ତଥା 30 ବର୍ଷ ଧରି ଗାଁକୁ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ ଜାରି ରଖିଥିବା ସାହସୀ ଯୁବକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ବିନା ଦୋଷରେ ବାସୁଦେବପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏବଂ ତାଙ୍କ ନାମରେ 307 ଭଳି ସଙ୍ଗିନ ଦଫା ଲଗାଇଛି।
ଶ୍ରୀ ମହାନ୍ତିଙ୍କ ଘର ତିହିଡି ବ୍ଲକ ସୟା ଗ୍ରାମପଞ୍ଚାୟତର ବାହାକୁଲା ଗାଁ। ଯେଉଁ ଗାଁକୁ ସ୍ୱାଧିନତାର72ବର୍ଷ ପରେ ମଧ୍ୟ ରାସ୍ତା ଓ ବିଦ୍ୟାଳୟଟିଏ ନାହିଁ।ସେହି ଗାଁରେ ଜନ୍ମ ହୋଇଛନ୍ତି ଏହି  ଯୁବକ। ବାହାକୁଲା ଗାଁର ପିଲାମାନେ ବାଉଁଶ ଚାରାରେ ପାଠ ପଢିବାକୁ ସ୍କୁଲ ଯାଆନ୍ତି… ଦୀର୍ଘଦିନ ହେଲା ପକ୍କା ପୋଲ ନିର୍ମାଣ କରିବା ପାଇଁ ଶ୍ରୀ ମହାନ୍ତି ଦିନରାତି ଏକ କରି ଉଦ୍ୟମ ଜାରି ରଖିଥିଲେ..। ଏବଂ ତାଙ୍କ ଉଦ୍ୟମ ମଧ୍ୟ ସଫଳ ହେଲା କିନ୍ତୁ ସେହି ପୋଲ ନିର୍ମାଣ ଆରମ୍ଭ ଦିନ ତାଙ୍କୁ ମିଛ କେସରେ ଜେଲ ଯିବାକୁ ପଡିଛି।
ଘଟଣାଟି ଥିଲା ଏମିତି…..ବାହାକୁଲା ପୋଲ ନିର୍ମାଣରେ କଣ୍ଟ୍ରାକ୍ଟର ଜଣଙ୍କ ବିଲରୁ ମାଟି ଉଠାଇ ନଇଁ ପୋତୁଥିଲେ…. ହଠାତ ଅନ୍ୟ ତହସିଲରୁ ଅର୍ଥାତ ବାସୁଦେବପୁର ବ୍ଲକର ଅତିରିକ୍ତ ତହସିଲଦାର ଓ ଆର ଆଇ ହାତରେ ବାଡ଼ି ଧରି ପହଂଚି ମାଟି ଉଠାଇବାକୁ ବନ୍ଦ କଲେ। ହେଲେ କଣ୍ଟ୍ରାକ୍ଟରର ଟ୍ରାକ୍ଟର ଡ୍ରାଇଭର ମାଟି ଉଠାଇବା ବନ୍ଦ କଲେନି। ଫଳରେ ଅତିରିକ୍ତ ତହସିଲଦାର ଓ ତାଙ୍କ ସାଙ୍ଗରେ ଆସିଥିବା ଅଧିକାରୀମାନେ ରାଗରେ ସେହି ଡ୍ରାଇଭରଙ୍କୁ ବାଡ଼ିରେ ପିଟିବାକୁ ଲାଗିଲେ। ଏହି ଘଟଣାର ଖବର ପାଇ ବାହାକୁଲା ଗ୍ରାମବାସୀ ପହଞ୍ଚିଗଲେ। ଫଳରେ ଉଭୟଙ୍କ ଭିତରେ ବଚସା ହେଲା। ତିହିଡି ତହସିଲ ଅଧୀନରେ କାମ ହେଉଥିବାରୁ ଗ୍ରାମବାସୀମାନେ ଅଧିକାରୀଙ୍କୁ ବାରଣ କରି ଚାଲିଯିବାକୁ କହିଲେ। କିନ୍ତୁ ଅଧିକାରୀମାନେ ଶୁଣିନଥିଲେ। ଫଳରେ ଉଭୟଙ୍କ ଭିତରେ ଠେଲାପେଲା ହେଲା। ପରେ ସେହି ଗାଁର ମଉଡମଣି ପ୍ରଶାନ୍ତ କୁମାର ମହାନ୍ତି ତହସିଲ ଅଧିକାରୀଙ୍କୁ ବୁଝା ସୁଝା କରି ପରିସ୍ଥିତିକୁ ଶାନ୍ତ କଲେ।କିଛି ସମୟ ପରେ ବାସୁଦେବପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲେ। ଉଭୟଙ୍କୁ ବୁଝାସୁଝା କରି ଚାଲିଗଲେ। ହେଲେ ଦୁଃଖର ବିଷୟ ସେହିଦିନ ଅର୍ଥାତ ସୋମବାର ରାତି 3ଟା ସମୟରେ ତିହିଡି ଓ ବାସୁଦେବପୁର ପୋଲିସ ଆସି ଶ୍ରୀ ମହାନ୍ତି ଘରେ ଶୋଇଥିବା ବେଳେ ତାଙ୍କୁ ଉଠାଇ ନେଲେ। ଏହି ଘଟଣାକୁ ଶୁଣି ପଞ୍ଚାୟତରେ ଚହଳ ଖେଳିଗଲା। ଅଞ୍ଚଳର ବହୁ ବୁଦ୍ଧିଜୀବୀ ବାସୁଦେବପୁର ଥାନାରେ ପହଁଚି ଶ୍ରୀ ମହାନ୍ତିଙ୍କୁ ଛାଡ଼ିଦେବା ପାଇଁ ଥାନାଧିକାରୀଙ୍କୁ କାକୋତିମିନତି ହୋଇ ଅନୁରୋଧ କଲେ। କିନ୍ତୁ ନିଷ୍ଠୁର ପ୍ରଶାସନ କିଛି ଶୁଣି ନଥିଲା….. ଶ୍ରୀ ମହାନ୍ତି ଜଣେ ବିଦ୍ଵାନ ଶିକ୍ଷକ। ଏନେଇ ତାଙ୍କୁ ଯୋଗଯୋଗ କରିବାରୁ ସେ କୋହଭରା କଣ୍ଠରେ କହିଥିଲେ, ମୁ ଜେଲ ଗଲି ମୋ ମନରେ ଟିକେ ଦୁଃଖ ନାହିଁ…କିନ୍ତୁ ମୋର ଟିଉସନରେ ପଢ଼ୁଥିବା 10ମ ଶ୍ରେଣୀର ପିଲାମାନଙ୍କ ଭବିଷ୍ୟତ କଥା ଭାବିଲା ବେଳକୁ ମୋତେ ବହୁତ କାନ୍ଦ ଲାଗୁଛି…...ଗ୍ରାମବାସୀ କଂ ମତାମତ:
ସମସ୍ତେ କୁହନ୍ତି  ସବୁଠୁ ବଡ ଗଣମାଧ୍ୟମ, ତେଣୁ ଆମେ ଏହି ଗଣମାଧ୍ୟମ ଜରିଆରେ  ଅନୁରୋଧ କରୁଛୁ ଏହି ଯୁବକ  ପ୍ରଶାନ୍ତ ମହାନ୍ତି (ପ୍ରଶାନ୍ତ ସାର)ଙ୍କୁ ଟିକେ ନ୍ୟାୟ ଦିଅନ୍ତୁ……. ଏନେଇ ସୟା ଗ୍ରାମପଞ୍ଚାୟତର ଗ୍ରାମ ବାସୀକଂ  ତରଫରୁ ଥାନା ଘେରାଉ  କରାଯିବାକୁ ନିଷ୍ପତି ହୋଇଛି।

Mo sapath

Leave A Reply

Your email address will not be published.