Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଅଗ୍ରୟୋଧୀ ଲୋଗୋ, ୱେବ୍‌ସାଇଟ୍‌ ଉନ୍ମୋଚିତ

ଉପକୃତ ହେବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସି.ବି.ଏସ୍.ଇ ଛାତ୍ରଛାତ୍ରୀ

0

ଭୁବନେଶ୍ଵର,ନିରପେକ୍ଷ ଖବର :ତା ୨୩/୦୧ ସମ୍ବାଦ ଡ଼ିଜିଟାଲ୍ ଦ୍ଵାରା ଆରମ୍ଭ ହୋଇଥିବା ଅଗ୍ରୟୋଧୀ ଲୋଗୋ ଏବଂ ୱେବ୍‌ସାଇଟ୍‌ ଉନ୍ମୋଚିତ କରାଯାଇଛି। ସି.ବି.ଏସ୍.ଇ ଅନୁବନ୍ଧିତ ବିଦ୍ୟାଳୟରେ ଦଶମ ଏବଂ
ଦ୍ବାଦଶ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସମ୍ବାଦ ଡ଼ିଜିଟାଲ୍ ଏହି ଅଭିନବ ଚିନ୍ତାଧାରା ଆଣିଛି। ଡ଼ିଜିଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହା ବେଶ୍ ସହାୟକ ହେବ।ଛାତ୍ରଛାତ୍ରୀମାନେ ୨୪ ଜାନୁଆ!ରୀ, ୨୦୨୩ ଠାରୁ www.sambadepaper.com,
www.sambad.in, www.sambadenglish.com www.kanaknews.com
ରେ ନିର୍ଦ୍ଦିଷ୍ଟ ସିଲାବସ୍ ଉପରେ ଆଧାର କରି ନମୁନା ପ୍ରଶ୍ନପତ୍ର ପାଇପାରିବେ । ଗୋଟିଏ ଦିନ ପରେ, ଏହି ଅନ୍‌ଲାଇନ୍ ସ୍ମାର୍ଟଫର୍ମରେ ପ୍ରଶ୍ନର ଉତ୍ତର ଉପଲବ୍ଧ ହେବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ହିନ୍ଦୀ, ସାମାଜିକ ବିଜ୍ଞାନ, ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ଗଣିତ, ପଦାର୍ଥ ବିଜ୍ଞାନ, ରାସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ କମ୍ପ୍ୟୁଟର ବିଜ୍ଞାନ
ନମୁନା ପ୍ରଶ୍ନପତ୍ର ଉପଲବ୍ଧ ହେବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି
ସମ୍ବାଦର ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି : ଅଗ୍ରୟୋଧୀ ହେଉଛି ସି.ବି.ଏସ୍.ଇ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନାର ଏକ ଭଣ୍ଡାର। ଅଗ୍ରୟୋଧୀ, ଚାମ୍ପିଅନ୍ ସୃଷ୍ଟି କରିବା ପାଇଁ ଏକ ପ୍ରୟାସ। ଉଲ୍ଲେଖଯୋଗ୍ୟ, ସମ୍ବାଦ ଗ୍ରୁପ୍ ସି.ବି.ଏସ୍.ଇ ଦଶମ ଶ୍ରେଣୀ ଫାଇନାଲ୍ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧୂକ ମାର୍କ ରଖୁ ଉତ୍ତୀର୍ଣ ହୋଇଥ୍ବୀ ସ୍କୁଲ ଟପ୍ପରମାନଙ୍କୁ ଅଗ୍ରୟୋଧୀ ପୁରସ୍କାର ସହିତ ଉତ୍ସାହିତ କରେ । ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି: “ବର୍ତ୍ତମାନ ପ୍ରାୟ ସବୁକିଛି ଡ଼ିଜିଟାଲ  ହୋଇଯାଇଛି ଏବଂ ଏହାର ଆଗକୁ ଯଥେଷ୍ଟ ସମ୍ଭାବନା ରହିଛି । କିଛି ବର୍ଷ ପୂର୍ବେ ଇ-ଲର୍ଜି ଏକ ଦୂର ସ୍ବପ୍ନ ଥିଲା। କିନ୍ତୁ ନିକଟ ଅତୀତରେ ଏହା ବାସ୍ତବ ରୂପ ନେଇଛି । ଅଗ୍ରୟୋଧୀ ହେଉଛି ଅଗ୍ରଣୀ ସି.ବି.ଏସ୍.ଇ ବିଦ୍ୟାଳୟ ଗୁଡ଼ିକର ବିଷୟବସ୍ତୁ ବିଶେଷଜ୍ଞ ଦ୍ଵାରା ପ୍ରସ୍ତୁତ ସମୃଦ୍ଧ
ବିଷୟବସ୍ତୁର ଏକ ସଂକଳନ । ମୁଁ ନିଶ୍ଚିତ ଯେ ଛାତ୍ରଛାତ୍ରୀମାନେ ଏଥିରୁ ଅଧିକ ଉପକୃତ ହେବେ ।
ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଆକାଶ+ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଡ଼କ୍ଟର ଅଜୟ ବାହାଦୂର ସିଂ, ଡ଼ିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. କେଶବଚନ୍ଦ୍ର ଶତପଥ୍, ସେଣ୍ଟ ଜାଭିୟର୍ ଗ୍ରୁପ୍ ଅଫ୍ ସ୍କୁଲ ସମୂହର ଅଧ୍ୟକ୍ଷ ଡ଼କ୍ଟର ଜି.ଏସ୍ ପଟ୍ଟନାୟକ, ଓଡ଼ିଶା ମୋ
ପରିବାରର ଲିଗାଲ ପରାମର୍ଶଦାତା ଅବନୀ ସାହୁ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.