Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ନୂଆଦିଲ୍ଲୀ ‘ଆଦି ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ..

ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ

0

* ଜନଜାତିଙ୍କ କଲ୍ୟାଣ ପାଇଁ ମୋଦି ସରକାର ପ୍ରତିବଦ୍ଧ
* ପ୍ରଧାନମ ଉଜ୍ଜଳା ଯୋଜନାରେ ଜନଜାତି ସବୁଠୁ ଅଧିକ       ଲାଭ ପାଇଛନ୍ତି
* ଦେଶକୁ ଆଗକୁ ବଢେଇବାକୁ ହେଲେ ଜଙ୍ଗଲର           ବର୍ଜ୍ୟବସ୍ତୁରୁ ଉର୍ଜା ବାହାର କରିବାକୁ ପଡିବ
* ଜନଜାତିଙ୍କ ବିକାଶକୁ ଗୁରୁତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର/ନିରପେକ୍ଷ ଖବର: ୨୬/୧୧ – ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ
ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଥିବା ସରକାର ଭାରତର ଜନଜାତିଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ହୋଇଛନ୍ତି । ସେହିପରି ମୋଦି ସରକାରଙ୍କ କଲ୍ୟାଣକାରୀ ସୌଭାଗ୍ୟ ଯୋଜନାରେ ଘରକୁ ବିଦ୍ୟୁତ ସଂଯୋଗ ହେଉ ଅବା ଶୌଚାଳୟ, ପକ୍କା ଘର ନିର୍ମାଣ, ମୁଦ୍ରାରେ ଲୋନ
ବ୍ୟବସ୍ଥାରେ ଜନଜାତି ଅଧିକ ଲାଭ ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ୧୦ ଲକ୍ଷ କୋଟି ପେଟ୍ରୋଲିୟମ ପଦାର୍ଥ ବିଦେଶରୁ କିଣିବାକୁ ପଡୁଛି। ଦେଶକୁ ଆଗକୁ ବଢେଇବାକୁ ହେଲେ ନିଜ ଉପାୟରେ ଉର୍ଜା ବାହାର କରିବାକୁ ପଡିବ । ଏହି ୧୦ ଲକ୍ଷ କୋଟିକୁ ବଂଚାଇବାର ତଥା କମାଇବାର ସାମର୍ଥ୍ୟ ଜନଜାତିଙ୍କ ହାତରେ ଅଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ୬୦୦ ମିଲିୟନ ମେଟ୍ରିକ୍ ଟନ୍ବୋ ୟୋମାସ ରହିଛି । କେନ୍ଦ୍ର ସରକାରଙ୍କ ନୀତି ଅନୁଯାୟୀ ଏବେ ଜଙ୍ଗଲରୁ ମିଳୁଥିବା ବର୍ଜ୍ୟବସ୍ତୁରୁ ଉର୍ଜା ତଥା ତୈଳ ଏବଂ ଗ୍ୟାସ
ଉତ୍ପାଦିତ କରିବାର ଯୋଜନା ରହିଛି । ଆଗାମୀ ଦିନରେ ଭାରତର ଜଙ୍ଗଲ ଉତ୍ପାଦିତ ଦ୍ରବ୍ୟରୁ ଉର୍ଜା ଉତ୍ପାଦନ କଲେ ୧୦ ଲକ୍ଷ କୋଟିକୁ ବଂଚାଯାଇ ସେହି ଟଙ୍କାରେ ଜନଜାତିଙ୍କ ବିକାଶ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Mo sapath

Leave A Reply

Your email address will not be published.