ଭୁବନେଶ୍ୱର, ନିରପେକ୍ଷ ଖବର: ବିଶିଷ୍ଟ ସମାଜସେବୀ କାବ୍ୟା ପ୍ରିୟା ଧଳ କିଟ୍ ବିଶ୍ୱବିଦ୍ୟାଳୟର ପରିଚାଳନା ବିଭାଗରୁ ଡକ୍ଟର Snap ଫିଲୋସଫି (ପିଏଚ୍ଡି) ଡିଗ୍ରୀ ହାସଲ କରିଛନ୍ତି।
ସମକାଳୀନ ଭାରତରେ ସମାବେଶୀ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ମାନବ ବିକାଶ ଉପରେ ତାଙ୍କର ଗବେଷଣା ଆଧାରିତ। ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ମାନବ ବିକାଶ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କକୁ ଗବେଷଣାରେ ତୁଳନାତ୍ମକ ଭାବେ ଅଧ୍ୟୟନ କରାଯାଇଛି।
ଏହି ଗବେଷଣା କାର୍ଯ୍ୟ କିଟ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅଚ୍ୟୁତ ସାମନ୍ତଙ୍କ ମାର୍ଗଦର୍ଶନରେ ସମ୍ପନ୍ନ ହୋଇଥିବାବେଳେ, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସରଣଜିତ ସିଂହଙ୍କ ସହଯୋଗ ଓ ଉତ୍ସାହ ତାଙ୍କୁ ଗବେଷଣା ଯାତ୍ରାରେ ପ୍ରେରଣା ଦେଇଥିଲା।
ପିଏଚ୍ଡି ଡିଗ୍ରୀ ହାସଲ ପରେ ଡ. କାବ୍ୟା ପ୍ରିୟା ଧଳ ପ୍ରଫେସର ଡ. ଅଚ୍ୟୁତ ସାମନ୍ତ, ପ୍ରଫେସର ଡ. ସରଣଜିତ ସିଂହ, ତାଙ୍କର ଶିକ୍ଷାଗତ ମାର୍ଗଦର୍ଶକ, ପରିବାର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ଏହି ପିଏଚ୍ଡି ଡିଗ୍ରୀ ଡ. ଧଳଙ୍କ ଶିକ୍ଷାଗତ ଓ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ସମାଜସେବା ଓ ସମୁଦାୟମୁଖୀ କାର୍ଯ୍ୟକ୍ରମ ସହ ତାଙ୍କର ନିରନ୍ତର ଯୋଗଦାନରେ ଏହା ଏକ ନୂଆ ଅଧ୍ୟାୟ ଯୋଡ଼ିଛି।


