Blank space
Blank space
Breaking News/ମୁଖ୍ୟ ଖବର:
ନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” LaunchedIIMT Conducts international conference on Disruptive Human Resource Managementଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଓ ଓମ୍ କ୍ରିଏସନ୍ଆଦିବାସୀ ମହାସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନSeminar at U.N Autonomous college Adaspur in collaboration with IIMT.ରାଜସ୍ଥାନର ଖାଟୁ ଶ୍ୟାମଜୀଙ୍କ ଭବ୍ୟ ଜାଗରଣ ଆୟୋଜିତବିଶ୍ଵାସରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷାୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘ
Blank space

ଭୁବନେଶ୍ୱର ରନ୍‌ୱେ ୱିକ୍ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ

0

ଭୁବନେଶ୍ୱର:ନିରପେକ୍ଷ ଖବର,ତା ୧୪/୦୨ ପ୍ରିଲ୍ୟୁଡ଼୍‌, ଆକ୍‌ଡ଼ିକ୍ସନ୍ ଏବଂ ଫ୍ୟାସନ୍ ମ୍ୟାନେଜ୍‌ମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ଚତୁର୍ଥ ସଂସ୍କରଣ ଓ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛଅ ଜଣ ଡ଼ିଜାଇନ୍‌ର ନିଜର ବିଭିନ୍ନ ଡ଼ିଜାଇନ୍‌ର ପୋଷାକ ପ୍ରଦର୍ଶନ କରିବା ସହ ଜଣେ ଗହଣା ଡ଼ିଜାଇନର୍ ନୂଆ ଡ଼ିଜାଇନ୍‌ର ଅଳଙ୍କାର ଡ଼ିଜାଇନ୍ ପରିବେଷଣ କରିଥିଲେ । ଭୁବନେଶ୍ୱର ରନ୍‌ୱେ ୱିକ୍‌ର ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଯୋଗଦେଇଥିବା ଡ଼ିଜାଇନର୍ ମାନଙ୍କ ମଧ୍ୟରେ ପାରୁଲ୍ ଖଇତାନ୍ ଲେବେଲ୍‌ର ଡ଼ିଜାଇନର୍ ପାରୁଲ୍ ଖଇତାନ୍ ଯିଏ କି ଛୋଟ ପିଲାଙ୍କ ନିମନ୍ତେ ଡ଼୍ରେସ୍ ଡ଼ିଜାଇନ୍ “ଟ୍ୟୁକିଲ୍ ଟ୍ୟୁକିଲ୍ ଲିଟିଲ୍ ଷ୍ଟାର” ପ୍ରଦର୍ଶନ କରିଥିଲେ । ଏହା ସହିତ ଲେବେଲ୍ ଋତୁପର୍ଣ୍ଣା ବ୍ରାଣ୍ଡ୍‌ର ଡ଼ିଜାଇନର୍ ମନିଷା ଋତୁପର୍ଣ୍ଣା ନିଜର ବ୍ରାଣ୍ଡ୍ ‘ତକ୍ଷ୍ୟଶୀଳା’, ଜୁବିସ୍ ଡ଼ିଜାଇନ୍‌ର ହାଉସ୍‌ର ଜୁବିନା ଅଲ୍ଲିଙ୍କ ଦ୍ୱାରା ‘ନଜାକତ୍ ୨୦୨୧’ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ଭାରତୀୟ ସଂସ୍କୃତିର ଛାପ ଦେଖିବାକୁ ମିଳିଥିଲା । କୋଭିଡ଼୍ କଟକଣା ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଥିବା ବେଳେ ଫେସନ୍ ଫିଟ୍‌ର ଡ଼ିଜାଇନର୍ ଶେଫାଳୀ ଉଦ୍‌ଗତାଙ୍କ ଦ୍ୱାରା ପ୍ରସ୍ତୁତ ଫେସନ୍ ଫିଟ୍ ଡ଼ିଜାଇନ୍‌ରେ ଓଡ଼ିଶା ହ୍ୟାଣ୍ଡଲ୍ୟୁମ୍ ଓ ୱେଷ୍ଟର୍ଣ୍ଣ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ଏହା ସହ ପୋସ୍ ଆଫାୟାର୍‌ର୍ସର ଡ଼ିଜାଇନର୍ ରୋଶନ୍ ଏବଂ ଧିନେନ୍ଦ୍ରଙ୍କ ଦ୍ୱାରା ‘ଲେବେଲ୍ ପୋସ୍ ଆଫାୟାରାର୍ସ’ ଡ଼ିଜାଇନ୍ ସୋକେସ୍ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇନାୟା ଜୁଏଲ୍‌ର ଡ଼ିଜାଇନର୍ କୋମଲ୍ ଖଣ୍ଡେଲୱାଲ୍‌ଙ୍କ ଦ୍ୱାରା ଅଳଙ୍କାର ଡ଼ିଜାଇନ୍ ‘ଇନାୟା’ ପ୍ରଦର୍ଶିତ କରାଯାଇଥିଲା । ପରିଶେଷରେ ଆଇ.ଏନ୍‌.ଆଇ.ଏଫ୍‌.ଡ଼ି ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଡ଼ିଜାଇନ୍‌ର ସମର୍ କଲେକ୍ସନ୍ ପ୍ରଦର୍ଶନ କରାଯାଇଥିଲା ଯାହାକି ଦର୍ଶକଙ୍କୁ ବିମୋହିତ କରିଥିଲା ।

Mo sapath

Leave A Reply

Your email address will not be published.